ଗଞ୍ଜାମ,କୋଭିଡ କଟକଣା ସ୍ଥିତିରେ କିଛିଟା ସୁଧାର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବେପାରୁଆ ଗାଡି ଚାଳନା ଦେଖିବାକୁ ମିଳିଛି । କିଛି ଯୁବଗୋଷ୍ଠୀ ରାଜରାସ୍ତାରେ ବିନା ହେଲମେଟ ସହ ଏକାଧିକ ଲୋକ ଗାଡି ପଛରେ ବସାଇ ଯିବାଆସିବା ହେଉଥିବା ନଜରକୁ ଆସିଛି । କିଛି ଅମାନିଆ ବେଫିକର ଭାବେ ଗାଡି ଚାଳନା କରୁଥିବା ମଧ୍ୟ ପୋଲିସ ନଜରକୁ ଆସିଛି । ଏହି ଅମାନିଆ ଗାଡି ଚାଳକ ମାନଙ୍କୁ ସୁଧାରିବା ପାଇଁ ଜିଲ୍ଲା ପୋଲିସ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ୍ ଗଠନ କରି ଅଞ୍ଚଳ କିଛି ଜାଗାରେ କଡାକଡି ଭାବେ ଯାଞ୍ଚ ପ୍ରକ୍ରିୟା ରବିବାର ଆରମ୍ଭ କରିଛି । ଏହି ଯାନବାହନ ଯାଞ୍ଚ ରେ ବହୁ ଗାଡି ଚାଳକ ହେଲମେଟ ପିନ୍ଧି ନଥିବାରୁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏସଆଇ ରାଘବ ପ୍ରଧାନ ଉପସ୍ଥିତ ରହି କଡ଼ାକଡ଼ି ଯାଞ୍ଚ କରିଥିବା ବେଳେ ବହୁ ବାଇକ୍ ଆରୋହୀଙ୍କୁ ହେଲିମେଟ ଓ ମାସ୍କ ପରିଧାନ କରିବା ପାଇଁ ଅନୁରୋଧ କରିଥିଲେ । ତାଙ୍କ କଥାରେ କିଛି ବାଇକ୍ ଚାଳକ ସଙ୍ଗେ ସଙ୍ଗେ ହେଲମେଟ କିଣି ପିନ୍ଧିଥିବା ଦେଖାଇ ସାଧୁବାଦ ଜଣାଇଥିଲେ ।
ଅନ୍ୟ ପୋଲିସ କର୍ମଚାରୀଙ୍କ ମଧ୍ୟରେ ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ନରେନ୍ଦ୍ର ଦଳାଇ, ଓଆରପିଏଫ ସଦସ୍ୟ ସହଯୋଗ କରିଥିଲେ ।