ପୁରୀ, ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଆଜି ଠାରୁ ମହାଯଜ୍ଞର ଶୁଭାରମ୍ଭ ହେବ । ଆଜି ଅପରାହ୍ନ ୩ଟା ସମୟରେ ବିଧିବଦ୍ଧ ଭାବେ ଯଜ୍ଞକାର୍ଯ୍ୟ ଆରମ୍ଭ ହେବ । ଏହି ମହାଯଜ୍ଞରେ କର୍ତା ଭାବେ ଗଜପତି ମହାରାଜା ଦିବ୍ୟସିଂହଦେବ ଯୋଗଦେବେ । ଏହି ଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବ । ୨୪ ତାରିଖ ଅନ୍ତିମ ଦିବସରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଥାଉ କି, ଏନେଇ ଗତକାଲି ଶ୍ରୀନଅରରେ ଗୁଆଟେକା ନୀତି ସମାପନ ହୋଇଥିଲା । ଯଜ୍ଞକାର୍ଯ୍ୟ ଆରମ୍ଭ କରିବା ପାଇଁ ଗଜପତି ତାଙ୍କର ରାଜଗୁରୁ ଶୁଧାଶୁଂ ଶେଖର ରାଜଗୁରୁଙ୍କୁ ପ୍ରଥମ ଆଚାର୍ଯ୍ୟ ଭାବେ ବରଣ କରିଥିଲେ । ପରବର୍ତି ସମୟରେ ଗତକାଲି ଯଜ୍ଞ ଶାଳାରେ ଅଙ୍କୁରାରୋପଣ, ଅଧିବାସ କର୍ମ ବ୍ରାହ୍ମଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।