-
୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ
ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ଆଇସିଡିଏସ ସୁପରଭାଇଜର ହର୍ଷମଣି ଦେଇ ଅଙ୍ଗନୱାଡି କର୍ମୀ ନିଯୁକ୍ତି କରାଇ ଦେବା ନେଇ ଲାଞ୍ଚ ନେଇ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ଚଟିଆଗୁଡା ସେକ୍ଟର ସୁପରଭାଇଜର ସଗୁନଭାଡ଼ି ଗ୍ରାମର ଅଙ୍ଗନୱାଡି କର୍ମୀ ପାଇଁ ବିଜ୍ଞପ୍ତି ବାହାରିଥିଲା । ଏହି ବିଜ୍ଞପ୍ତି ମୁତାବକ, ସେହି ଗ୍ରାମର ଜଣେ ମହିଳାଙ୍କୁ ଆଙ୍ଗନୱାଡି କର୍ମୀ ନିଯୁକ୍ତି ଦେବା ନେଇ ସେ ୮୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଆଜି ଖଡ଼ିଆଳ ଭଡାଘରୁ ବସ୍ ଯୋଗେ ସିନାପାଲି ଯାଇଥିବା ବେଳେ ସେଠାରେ ଯୋଜନା ମୁତାବକ ୮୦ ହଜାର ଟଙ୍କା ନେଇଥିଲେ । ଭିଜଲାନ୍ସ ବିଭାଗ ବସଷ୍ଟାଣ୍ଡ ଠାରେ ତାଙ୍କୁ ଧରିଥିଲେ । ତାଙ୍କ ଭେନିଟି ବ୍ୟାଗରୁ ୮୦ ହାଜର ଟଙ୍କା ଜବତ କରିଥିବା ବେଳେ ତାଙ୍କ ହାତରୁ ଟଙ୍କାରେ ବ୍ୟବହାର ହୋଇଥିବା କେମିକାଲର ମଧ୍ୟ ଲାଲ ରଙ୍ଗ ବାହାରି ଅଛି । ଭିଜିଲାନ୍ସର ତିନି ଗୋଟି ଦଳ ପୃଥକ ପୃଥକ ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି । ସିନାପାଳି ସ୍ଥିତ ତାଙ୍କ କାର୍ଯ୍ୟାଳୟ, ଖଡ଼ିଆଳ ସ୍ଥିତ ତାଙ୍କ ଭଡା ଘର ଏବଂ ବୋଡେ଼ନ ବ୍ଲକ ଅଅଁଳାଭଟା ପୈତୃକ ଗ୍ରାମରେ ଚଢ଼ଉ କରିଛନ୍ତି । ଜବତ ଟଙ୍କା ମଧ୍ୟରେ ୫୦୦ ଟଙ୍କିଆ ୧୬୦ ନୋଟ୍ ରହିଛି । ଘଟଣାରେ ଭିଜଲାନ୍ସ ତାଙ୍କୁ ଗିରଫ କରିଛି ।