
ମାଲକାନଗିରି,ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ମାଲକାନଗିରି ବ୍ଲକର ତିନୋଟି ଗ୍ରାମ ପଞ୍ଚାୟତ ତଣ୍ଡାପାଲ୍ଲୀ, ତମସା ଓ ଶିଖପାଲ୍ଲୀ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକ ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏହି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁୟାଁ ଯୋଗ ଦେଇ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ, ତଣ୍ଡାପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ନାୟକ, ସରପଞ୍ଚ ନନ୍ଦ କୁମାର ଆଜମେରା ଓ ସମସ୍ତ ସମିତି ସଭ୍ୟ, ୱାର୍ଡ ସଭ୍ୟ ଏବଂ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।