-
ଶିଶୁକନ୍ୟାକୁ ଚିହ୍ନିଲା ମା
ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁକନ୍ୟା ଉଦ୍ଧାର ହୋଇଛି । ପ୍ରତାପପୁର ଶରଧାପାଲି ନିକଟ ରାସ୍ତା କଡ଼ରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରିଛି ପୋଲିସ । ଶିଶୁକନ୍ୟାକୁ କେହି ଚୋରି କରିବା ପରେ ରାସ୍ତା କଡ଼ରେ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଶିଶୁକନ୍ୟାକୁ ରାସ୍ତାକଡ଼ରୁ ଉଦ୍ଧାର କରିବା ପରେ ହସ୍ପିଟାଲକୁ ଆଣିଛି । ଚୋରି ହୋଇଥିବା ଏହି ନବଜାତ ଶିଶୁକନ୍ୟାକୁ ଚିହ୍ନଟ କରିଛନ୍ତି ତାର ମା । ତେବେ ଚୋରି କରିଥିବା ମହିଳା ଜଣକ ଏଯାବତ୍ ଧରାପଡିନାହାଁନ୍ତି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ପ୍ରକାଶ ଥାଉକି, ଗତକାଲି ସକାଳେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ଏହି ଶିଶୁକନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣା ପରେ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ ।