-
ଶ୍ରୀନଅରରେ ଗୁଆଟେକା ନୀତି ସମ୍ପନ୍ନ
ପୁରୀ,ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ମହାଯଜ୍ଞର ଶୁଭାରମ୍ଭ ଆସନ୍ତାକାଲି ଠାରୁ ହେବ । ଏନେଇ ଆଜି ଶ୍ରୀନଅରରେ ଗୁଆଟେକା ନୀତି ସମାପନ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହଦେବ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସର ପୂଜା ଓ ଯଜ୍ଞ ବିଧିର ଶୁଭାରମ୍ଭ ହୋଇଛି । ଶ୍ରୀନଅରରେ ଆଜି ଏନେଇ ଗୁଆଟେକା ନୀତି ସମାପନ ହୋଇଛି । ଏହି ଯଜ୍ଞକାର୍ଯ୍ୟ ଆରମ୍ଭ କରିବା ପାଇଁ ଗଜପତି ତାଙ୍କର ରାଜଗୁରୁ ଶୁଧାଶୁଂ ଶେଖର ରାଜଗୁରୁଙ୍କୁ ପ୍ରଥମ ଆଚାର୍ଯ୍ୟ ଭାବେ ବରଣ କରିଛନ୍ତି । ପରବର୍ତି ସମୟରେ ଆଜି ଯଜ୍ଞ ଶାଳାରେ ଅଙ୍କୁରାର୍ପଣ, ଅଧିବାସ କର୍ମ ବ୍ରାହ୍ମଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ । ଏବଂ ଆସନ୍ତାକାଲି ପ୍ରାୟ ୩୨ ଜଣ ବ୍ରାହ୍ମଣ ଆଚାର୍ଯ୍ୟ ଯଜ୍ଞସ୍ଥାନରେ ବରଣ କରିବେ । ଏହାପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୪ ତାରିଖରେ ଏହି ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।