ବଲାଙ୍ଗୀର,କାର୍ତିକ ମାସ ପଞ୍ଚୁକ ପୂର୍ଣ୍ଣମୀ । ପରେ ଗତକାଲି ଶନିବାର ଗ୍ରହଣ ଲାଗି ଯୋଗୁଁ ଛାଡଖାଇରେ ଅନେକେ ଆମିଷ ଖାଇ ନ ଥିବା ଯୋଗୁଁ ଆଜି ରବିବାରରେ ଛାଡଖାଇ ମନାଉ ଛନ୍ତି । ଏଥି ପାଇଁ ବଲାଙ୍ଗୀର ସହରରେ ମାଛ, ମାଂସ, ଚିକେନ ବଜାରରେ ପ୍ରବଳ ଭିଡ଼ । କାର୍ତ୍ତିକ ମାସରେ ପନିପରିବା ଦର ଆକାଶ ଛୁଆଁ ଥିବାବେଳେ ଏବେ ମାଛ ମାଂସର ଦର ବଢ଼ିଛି । ପରିବା ଦର କମିଲା ବେଳକୁ ଆମିଷ ଦର ବଢିଛି ।
କାର୍ତ୍ତିକ ମାସ ପୂର୍ଣ୍ଣିମାର ପରଦିନ ଛାଡଖାଇ ପାଳନ କରାଯାଏ । ଆମିଷାନି ଲୋକେ ଛାଡଖାଇକୁ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ଶନିବାର ଦିନ ଛାଡଖାଇ ପଡ଼ିଥିବାରୁ ଲୋକଙ୍କ ମନରେ ସେତେଟା ଉତ୍ସାହ ଦେଖିବାକୁ ମିଳିନଥିଲା । ଏଣୁ ରବିବାର ଦିନ ଲୋକେ ଛାଡଖାଇର ମଜା ନେଇଛନ୍ତି । କାର୍ତ୍ତିକ ମାସ ଯୋଗୁ ଆମିଷ ବେପାର ମାନ୍ଦା ଥିଲା । ଏବେ ସହରର ବିଭିନ୍ନ ସ୍ଥାନରେ ଥିବା ମାଛ ବଜାରରେ ରୋହି, ଭାକୁର, ମିଟିକାଳ, ଚିଙ୍ଗୁଡ଼ି ଭଳି ବିଭିନ୍ନ ପ୍ରଜାତିର ମାଛ ବିକ୍ରି ଚାଲିଛି । ରବିବାର ବ୍ୟବସାୟକୁ ବେପାରୀ ମାନେ ଜଗି ରହିଥିଲେ । ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ମାଛ ମାଂସ ଦର ଆକାଶ ଛୁଆଁ ହୋଇଥିଲେ ମଧ୍ୟ ଛାଡଖାଇ ହେତୁ ଲୋକମାନେ କିଣିବାକୁ ପଛାଉ ନାହାନ୍ତି । ଯେ ଯାହାର ସଉକ ପୂରଣ ପାଇଁ ତତ୍ପର ଅଛନ୍ତି ।