-
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ହସ୍ତାକ୍ଷର ପରୀକ୍ଷା ଆବେଦନ ନେଇ ଶୁଣାଣି ଘୁଚିଂଲା
ବଲାଙ୍ଗିର,କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ହସ୍ତାକ୍ଷର ପରୀକ୍ଷା ଆବେଦନ ନେଇ ଶୁଣାଣି ଘୁଚିଂଛି । ଆବେଦନର ଶୁଣାଣି ପାଇଁ ଆସନ୍ତା ୨୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗୋବିନ୍ଦଙ୍କ ହସ୍ତାକ୍ଷର ପରୀକ୍ଷା ପାଇଁ ପୋଲିସ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା । ତେବେ ଗୋବିନ୍ଦଙ୍କ ହସ୍ତାକ୍ଷର ପରୀକ୍ଷାକୁ ତାଙ୍କ ଓକିଲ କୋର୍ଟରେ ବିରୋଧ କରିଥିଲେ । ଫଳରେ ଏନେଇ ଶୁଣାଣିକୁ ଘୁଂଚାଇଛନ୍ତି କୋର୍ଟ ।ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ହସ୍ତାକ୍ଷର ପରୀକ୍ଷା କରିବା ପାଇଁ ତାକୁ ପୁଣି ଥରେ ରିମାଣ୍ଡରେ ଆଣିପାରେ ପୋଲିସ ।