କନ୍ଧମାଳ, ଓଡିଶା ସମବାୟ କର୍ମଚାରୀ ମହାସଂଘ ୫ ଦଫା ଦାବୀନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏହାକୁ ସର୍ମଥନ କରିଛି ବୌଦ୍ଧ ଜିଲ୍ଲାର ୬୬ ଗୋଟି ସମବାୟ ସମିତି । କାର୍ଯ୍ୟ ବନ୍ଦ ଆନ୍ଦୋଳନରେ କନ୍ଧମାଳ ବୌଦ୍ଧ ସମବାୟର ସମସ୍ତ କର୍ମଚାରୀ ୧୪ ନଭେମ୍ବର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବାକୁ ନିଷ୍ପତି ନେଇଛନ୍ତି । ଓଡିଶା ସରକାର ତୁରନ୍ତ ସମସ୍ତ ସମବାୟର ପ୍ୟାକ୍ସ ଓ ଲ୍ୟାମ୍ପସର୍ ୨୭୦୮ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବାକୁ ସଂଘ ଦାବୀ କରିଛି । ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ, ସମସ୍ତ ବର୍ଗର କର୍ମଚାରୀ ମାନଙ୍କୁ ଦରମା ଓ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ମହଙ୍ଗା ଭତା ଲ୍ୟାମ୍ପସ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉ । ମହାମାରି କରୋନା ସମୟରେ କୋଭିଡ୍ ରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରାଯିବା ସହ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ବୋଲି କହିଛନ୍ତି କନ୍ଧମାଳ ଶାଖାର ସଭାପତି କୃପାସିନ୍ଧୁ ସାହୁ । କିନ୍ତୁ, ଖାଉଟିଙ୍କୁ ଦୁଷ୍ଟିରେ ରଖି କେବଳ ପିଡିଏସ ସାମଗ୍ରୀର ବଣ୍ଟନ କରାଯାଉଥିବା କର୍ମଚାରୀ କହିଥିବା ବେଳେ କାର୍ଯ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି । ଏପଟେ କାର୍ଯ୍ୟାଳୟ ପରିସରରେ ପତକା ଉଡାଇ ସମବାୟ ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।