କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ବିଶିଷ୍ଟ ସମାଜ ସଂସ୍କାରିକା, ବିଶିଷ୍ଟ ଚିତା ଶିଳ୍ପୀ, ପୁରୀ ମଠ ସଂସ୍କୃତି ସୁରକ୍ଷାର ଅନ୍ୟତମ ଦିଗଦର୍ଶକ, ରେବେସା ମଠ, ଓଡିଆ ମଠ, ଉତ୍ତରପାର୍ଶ୍ବ, ଦକ୍ଷିଣପାର୍ଶ୍ବ ମଠର ବିଶିଷ୍ଟ ପୁରୋହିତ ସ୍ବର୍ଗତ ମାର୍କେଣ୍ଡେୟ ମିଶ୍ରଙ୍କ ବୋହୁ ତଥା ଓଟିଭିର ବରିଷ୍ଠ ପ୍ରତିନିଧି ମଧୁସୂଦନ ମିଶ୍ର ଙ୍କ ମାଆ ରାଧାମଣି ମିଶ୍ର ଙ୍କର ୮୬ବର୍ଷ ରେ ଦେହାନ୍ତ ହୋଇଛି। ବୟସାଧିକ କାରଣରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସ୍ଵର୍ଗାରୋହଣ କରିଛନ୍ତି। ଧର୍ମାପରାୟଣା ସ୍ବର୍ଗୀୟା ରାଧାମଣି ଶ୍ରୀଜଗନ୍ନାଥ ଙ୍କର ପରମଭକ୍ତ ଥିଲେ। ପ୍ରତିଦିନ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ସହ ଶ୍ରୀଜଗନ୍ନାଥ ଙ୍କ ମହାତ୍ମ୍ୟା ର ପ୍ରଚାର ପ୍ରସାର ଦିଗରେ ମହନୀୟ କାର୍ଯ୍ୟ କରିଆସୁଥିଲେ। କରୋନା କଟକଣା ଯୋଗୁଁ ବାହାରକୁ ନଯିବା ବା ଶ୍ରୀମନ୍ଦିର କୁ ନଯିବା କାରଣରୁ ତାଙ୍କର ଶରୀର ଅସୁସ୍ଥ ହୋଇପଡିଥିଲା। ଅଳାଁ ନବମୀ ଦିନ ତାଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା। ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର କାର୍ତ୍ତିକ ପୂର୍ଣ୍ଣିମା ଦିନ ମୃତ୍ୟୁ ଘଟିଥିଲା। ସାରା ସହରରେ ରାଧାମଣି ଜଣେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଥିଲେ ବୋଲି ଚର୍ଚା ହେଉଥିବା ବେଳେ ଜଗନ୍ନାଥଙ୍କ ଆର୍ଶୀବାଦ ତାଙ୍କ ଉପରେ ରହିଥିବା ଆଲୋଚନା ହେଉଛି। ତାଙ୍କର ମଧ୍ୟମପୁତ୍ର ମନୋଜ ମିଶ୍ର ମୁଖାଗ୍ନି ଦେଇଥିବାବେଳେ ଜ୍ବାଇଁ ସତ୍ୟନାରାୟଣ ମିଶ୍ର, ପୁତୁରା ରଶ୍ମୀରଞ୍ଜନ ମିଶ୍ର, ପୁଅ ମଧୁସୂଦନ ମିଶ୍ର, ନାତି କୀର୍ତ୍ତି ରଞ୍ଜନ ମିଶ୍ର, କୌସୁଭ ମିଶ୍ର, ଝିଅ ସୁମିତ୍ରା ମିଶ୍ର, ବୋହୂ କଳ୍ପନା ମିଶ୍ର, ରେଣୁକା ମିଶ୍ର ସମେତ ନାତି ନାତୁଣୀ ପରିବାରବର୍ଗ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।