
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଜାତି ଉଦ୍ଦେଶରେ ଉଦବୋଧନ ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଦେଶବାସୀଙ୍କୁ ଦେବ ଦୀପାବଳୀ ଓ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବର ଶୁଭକାମନା ଜଣାଇଥିଲେ । ସେ କହିଛନ୍ତି ଯେ ସବୁବେଳେ ଚାଷୀ ମାନଙ୍କର ଜୀବନକୁ ସରଳ କରିବା ତାଙ୍କ ସରକାରଙ୍କ ପ୍ରୟାସ ରହିଛି ।
ଆଜି ମୁଁ ଜଣାଇବାକୁ ଚାହୁଁଛି ଯେ ଏହି ମାସ ଶେଷରେ ହେବାକୁ ଯାଉଥିବା ସଂସଦର ଅଧିବେଶନରେ ଏହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସାମ୍ବିଧାନିକ ପ୍ରକ୍ରିୟାକୁ ପୂରା କରିବୁ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ପାଂଚ ଦଶକର ଜୀବନରେ ସେ ଚାଷୀ ମାନଙ୍କର ଆହ୍ୱାନକୁ ଖୁବ ନିକଟରୁ ଦେଖିଛନ୍ତି ।
ଆମ ସରକାର ଚାଷୀ ମାନଙ୍କର କଲ୍ୟାଣ ପାଇଁ ବିଶେଷ କରି ଛୋଟ ଚାଷୀଙ୍କ କଲ୍ୟାଣ ପାଇଁ ଦେଶର କୃଷି ଜଗତର ସ୍ୱାର୍ଥରେ, ଦେଶର ସ୍ୱାର୍ଥରେ ଗାଁ- ଗରୀବଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ, ସମ୍ପୂର୍ଣ ସତ୍ୟ ନିଷ୍ଠା ଓ ଚାଷୀ ମାନଙ୍କର ପ୍ରତି ସମ୍ପୂର୍ଣ ସମର୍ପଣ ଭାବ ଓ ଭଲ ଉଦ୍ଦେଶ୍ୟ ନେଇ ଏହି ଆଇନ ଆଣିଥିଲୁ । କିନ୍ତୁ ଏତେ ପବିତ୍ର କଥା ପୂର୍ଣ ରୂପରେ ଶୁଦ୍ଧ ଚାଷୀଙ୍କ ସ୍ୱାର୍ଥର କଥାକୁ ଆମେ ନିଜର ଚେଷ୍ଟା ସତ୍ୱେ କିଛି ଚାଷୀଙ୍କୁ ବୁଝାଇ ପାରିଲୁ ନାହିଁ ।