ଭଦ୍ରକ – ଚରମ୍ପା ସ୍କୁଲ ରୋଡ଼ କାଳିପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ କାଳିପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଆର୍ନ୍ତଜାତିକ କ୍ଷାତିସମ୍ପନ୍ନ ବେଦ ପ୍ରବଚକ ଶ୍ରୀ ବିରେନ୍ଦ୍ର ପଣ୍ଡା ମୂଖ୍ୟ ଅତିଥି ରୂପେ ପବିତ୍ର ପ୍ରଦୀପ ପ୍ରଜ୍ଜୋଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ । ତାଙ୍କ ବ୍ୟକ୍ତବ୍ୟରେ ନାରୀ ସମ୍ମାନର ସୁରକ୍ଷା ପାଇଁ ଶପଥ ନେବା ନିମନ୍ତେ ଅହ୍ୱାନ ଜଣାଇଥିଲେ । ସମାଜର ଅବକ୍ଷୟକୁ ରୋକିବା ପାଇଁ ନିଜର ସନ୍ତାନ ସନ୍ତତିମାନଙ୍କୁ ଆରମ୍ଭରୁ ସଂସ୍କାର ଶିକ୍ଷା ଦେବା ପାଇଁ ସମସ୍ତେ ଉଦ୍ୟମ କରନ୍ତୁ ବୋଲି ଅନୁରୋଧ କରିଥିଲେ । ମୁଖ୍ୟବକ୍ତା ଓଡ଼ିଶା ପ୍ରସାସନିକ ସେବା ଅଧିକାରୀ ତଥା ସାହିତ୍ୟିକ ଡଃ ନରହରି ବେହେରା ମହାକାଳୀଙ୍କ ଭୟଙ୍କର ରୂପ ପଛପଟେ ଏକ ଶାନ୍ତ ସରଳ ଓ କ୍ଷମାଶୀଳ ମା’କୁ ଚିହ୍ନିବା ପାଇଁ ସମସ୍ତେ ପ୍ରୟାସ କରନ୍ତୁ ବୋଲି ଉପଦେଶ ଦେଇଥିଲେ । ଏହି ଉତ୍ସବରେ କାଳିପୂଜା କମିଟିର ସଭାପତି ଗଜେନ୍ଦ୍ର ନାଥ ବେହେରା ଅଧ୍ୟକ୍ଷତା କରିଥିଲେ । କାଳିପୂଜା କମିଟିର ସଂପାଦକ ଦିଲ୍ଲିପ କୁମାର ନାୟକ ୫୦ ବର୍ଷର ଇତିହାସ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦକ କଲ୍ଲୋଳ କୁମାର ଲେଙ୍କା, ସୁବର୍ଣ୍ଣ ଜୟନ୍ତୀ ସଂଯୋଜକ ସୀତାକାନ୍ତ ଦାସ, ଉପଦେଷ୍ଟା ପ୍ରଦୀପ ମହାନ୍ତି, ଉପସଭାପତି ଇନ୍ଦ୍ରଜିତ୍ ସାହୁ ଅନ୍ୟତମ ଉପସଭାପତି ବରଦା ପ୍ରସନ୍ନ ପଣ୍ଡା ସଂକ୍ଷିପ୍ତ ଶୁଭେଚ୍ଛା ଶବ୍ଦ ରଖିଥିଲେ । ଅଧ୍ୟାପକ ବିଜୟ କୁମାର ଜେନା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଆଡ଼ଭୋକେଟ୍ ସନ୍ତୋଷ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୂଖ୍ୟ ସଂପାଦକ ଗଗନ ବିହାରୀ ରାଉତ ଓ ସହଯୋଗୀ ସଂପାଦକ ସୀତାକାନ୍ତ ଦାସ, ସଂଜୟ ତ୍ରିପାଠୀ, ବାବୁଲାଲ ଦାସ, କ୍ଷୀତିଶ ଚନ୍ଦ୍ର ରାଉତଙ୍କ ଦ୍ୱାରା ପ୍ରସ୍ତୁତ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା “ଶ୍ୟାମବର୍ଣ୍ଣା” ଉନ୍ମୋଚିତ ହୋଇଥିଲା । ଏହି ମଂଚରେ ସୁବର୍ଣ୍ଣ ଜୟନ୍ତୀର ଦିବଙ୍ଗତ ନାୟକମାନଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ୰ ବିଷ୍ଣୁମୋହନ ନାୟକ, ରବିନାରାୟଣ ସାମଲ, ରବିନାରାୟଣ ବିଶ୍ୱାଳ, ମହେଶ୍ୱର ବେହେରା, ବିଶେଶ୍ୱର ମହାନ୍ତି, ପୁରୁଷୋତ୍ତମ ପଣ୍ଡା, ପ୍ରହହ୍ଲାଦ ପରିଡ଼ା, ମଙ୍ଗତ ରାୟ ଅଗ୍ରୱାଲ, ବିଷ୍ଣୁମୋହନ ଦାସ, ମୁକ୍ତିକାନ୍ତ ଦାସ । ଏମାନଙ୍କ ସହିତ ସ୍କୁଲରୋଡ଼ କାଳିପୂଜାକୁ ଶୀର୍ଷସ୍ଥାନରେ ପହଂଚାଇଥିବା ହେତୁ କାଳିପୂଜା କମିଟିର ବରିଷ୍ଠ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ କାହ୍ନୁ ଚରଣ ପଲାଇ, ମୃଣାଳକାନ୍ତି ଦତ, ଶରତ ଚନ୍ଦ୍ର ମହାନ୍ତି, ଚୈତନ୍ୟ ଲେଙ୍କା, ମଦନଲାଲ ଅଗ୍ରୱାଲ, ବାବୁରାମ ସାହୁ, ପ୍ରତାପ ସାହୁ, ପ୍ରଫୁଲ୍ଲ କୁମାର ନାୟକ, ସତ୍ୟବାନ ସାମଲ, କୈଳାସଚନ୍ଦ୍ର ନାୟକ । ଶେଷରେ ପ୍ରଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ମିଶନ୍ ସ୍କୁଲ୍ର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ସାମଗ୍ରିକ ଭାବେ ଉତ୍ସବର ପ୍ରଥମ ସନ୍ଧ୍ୟାଟି ପୂଜା କମିଟିର ମୂଖ୍ୟ ଉପଦେଷ୍ଟା ତଥା ଭଦ୍ରକର ପୂର୍ବତନ ବିଧାୟକ ନରେନ୍ ପଲେଇଙ୍କ ଦିଗ୍ଦର୍ଶନରେ ଅନୁଷ୍ଠିତ ହୋଇଥିଲା ।ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
Related Stories
November 25, 2024