ମାଲକାନଗିରି, ମାଲକାନଗିରି ଜିଲ୍ଲା ଓକିଲ ସଂଘର ସଭା ଗୃହରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଜିଲ୍ଲା ଜର୍ଜଙ୍କ ବଦଳି ଦାବି କରି ତିନି ଦିନ ସମସ୍ତ କୋର୍ଟ ବନ୍ଦ ଡାକରା ଦିଆଯାଇଥିବା ବେଳେ କୌଣସି ପଦକ୍ଷେପ ନ ନେବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ସହ ଏକ ପ୍ରତିନିଧି ଦଳ ସଭାପତି ପ୍ରଭାକର ପ୍ରଧାନଙ୍କ ନେତୃତ୍ବରେ କଟକ ଯାଇ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଏହାର ସଭାପତି ରମେଶ ପଟ୍ଟନାୟକ ରହିଥିବା ବେଳେ ଏକ୍ଜିକ୍ୟୁଟିଭ୍ ମେମ୍ବର ଭାବେ ଗୋପାଳ ପଣ୍ଡା, ରାମ ପ୍ରସାଦ ପଟ୍ଟନାୟକ, କୈଳାସ ପଟ୍ଟନାୟକ, ଦିଲୀପ ପରିଚ୍ଛା, ଲମ୍ବୋଦର ତୁରୁକ, ଭୂଦେବ ମହାନନ୍ଦିଆ, ବିଜୁ ସରକାର, ରବୀନ୍ଦ୍ର କୁମାର ମାଢି, ସରୋଜ ସାହୁ ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଛି । ଏହି ୧୦ ଜଣିଆ କ୍ରିୟାନୁଷ୍ଠାନ କମିଟି ସମସ୍ତ ନିଷ୍ପତି ନେବା ସହ କୋର୍ଟ ବନ୍ଦକୁ ତଦାରଖ କରିବେ । ଏହି ବୈଠକରେ ଜିଲ୍ଲାର ଶହେରୁ ଉର୍ଦ୍ଧ୍ୱ ଆଇନଜୀବୀ ଉପସ୍ଥିତ ଥିଲେ ।