ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଓ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି କମିଟିର ସାଧାରଣ ସଂପାଦକ ତଥା ପିସିସି କୃଷକ ସେଲର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ସର୍ବଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡଃ ଏ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଇନ୍ଦିରାଜୀଙ୍କ ଗାନ୍ଧୀ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଭିନ୍ନ ଧର୍ମଗୁରୁ ମାନଙ୍କ ଦ୍ୱାରା ଗୀତା, ବାଇବେଲ ପ୍ରଭୃତି ପାଠ କରାଯିବା ସହ ଓଡ଼ିଶା ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଇନ୍ଦିରା ଜୀଙ୍କ ଜୀବନୀ ଓ ବହୁମୁଖି ପ୍ରତିଭାର ଗୁଣଗାନ ସଂକୀର୍ତନ ମାଧ୍ୟମରେ କରାଯାଇଥିଲା । ଏହି ଉତ୍ସବରେ ପିସିସି ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗଣେଶ୍ୱର ବେହେରା, କିଶୋର ଜେନା, ଆର୍ଯ୍ୟ ଜ୍ଞାନେନ୍ଦ୍ର, ଯଜେ୍ଞଶ୍ୱର ବାବୁ, ବିଶ୍ୱଜିତ ଦାଶ, ମାନସ ଚୌଧୁରୀ, ଜ୍ଞାନଦେବ ବେଉରା, ଅଭିଶେକ ମହାନନ୍ଦ, ମନୋରଞ୍ଜନ ଦାଶ, ସମ୍ବୁ ପାଣିଗ୍ରାହୀ, ୟାସିର ନୱାଜ, ପଦ୍ମାକର ଗୁରୁ ପ୍ରମୁଖ ସ୍ୱର୍ଗୀୟା ଗାନ୍ଧୀଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅଖିଳ ଭାରତ ମହିଳା କଂଗ୍ରେସର ସଂପାଦୀକା ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।