ଭୁବନେଶ୍ୱର,ଦେଶରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାରରେ କୃଷକଙ୍କର ବିଜୟ ହୋଇଛି । ୨୦୨୦ ନଭେମ୍ବର ୨୬ରୁ ଅହରହ ଅନ୍ଦୋଳନ କରୁଥିଲେ ଚାଷୀ । କଂଗ୍ରେସ ଏହାକୁ କଳା ଆଇନ ବୋଲି କହୁଥିଲା । କୃଷକମାନଙ୍କୁ ସମର୍ଥନ କରୁଥିଲେ ରାହୁଲ ଗାନ୍ଧୀ । ଏହା କଂଗ୍ରେସର ବିଜୟ ମଧ୍ୟ । ଏହାର ଶ୍ରେୟ ମଧ୍ୟ ରାହୁଲ ଗାନ୍ଧୀଙ୍କ ପାଖକୁ ଯିବ ବୋଲି କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି ।
ସେହିପରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, କୃଷକଙ୍କ ବିଜୟ ହୋଇଛି ଅର୍ଥ କଂଗ୍ରେସର ବିଜୟ ହୋଇଛି । ଶେଷରେ ସରକାର ଅନୁଭବ କଲେ ଏହା କଳା ଆଇନ । ଯାହା ପ୍ରଧାନମନ୍ତ୍ରୀ ନିଜ ତୁଣ୍ଡରେ ପ୍ରତ୍ୟାହାର କରି ସ୍ୱୀକାର କରିଛନ୍ତି । କିଛି କୃଷକମାନଙ୍କ ଜୀବନ ଯାଇଛି । ସେମାନଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି ।