କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଘରୋଇ କରଣ ଅର୍ଥ ନୀତି ଓ କର୍ପୋରେଟ ସପକ୍ଷ ବାଦୀ ନୀତି ଯୋଗୁଁ ପୁରୀ ଜିଲ୍ଲା ରେ ଗରିବୀ,ବେରୋଜଗାର, ବଢିଛି| କୃଷି ଭିତିକ ଶିଳ୍ପ ନାହିଁ, ସାମୁଦ୍ରିକ ଶିଳ୍ପ ନାହିଁ,ଉଦ୍ୟାନ ଶିଳ୍ପ ନାହିଁ କି ଛୋଟ ଛୋଟ କାରଖାନା ମଧ୍ୟ ଗଢି ଉଠିଲାନି |ନରେଗା ରେ 200ଦିନ କାମ ମିଳିଲାନି |ଏହି ପ୍ରସଙ୍ଗ ରେ ଆନ୍ଦୋଳନ ଗଢି ତୋଳିବା ପାଇଁ ସି ପି ଆଇ ଏମ ର 22ତମ ପୁରୀ ଜିଲ୍ଲା ସମିଳନୀ ରେ ଉଦବେଗ ପ୍ରକାଶ କରାଯାଇଛି |ସମିଳନୀ କୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଉଦଘାଟନ କରି ଗରିବ ଲୋକ ର ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଐକ୍ୟ ବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ | ଏହି ସମିଳନୀ କୁ ଶରତ କୁମାର ରାୟଗୁରୁ, ଭାଗିରଥି ବେହେରା, ବନବାସିନୀ ମହାପାତ୍ର ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭା ରେ ଜିଲ୍ଲା ସମ୍ପାଦକ ଭୀମ ସେନ ସ୍ୱାଇଁ ଜିଲ୍ଲା ର ରିପୋର୍ଟ ଆଗତ କରିଥିଲେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ଓ ରାଜ୍ୟ କମିଟି ସଭ୍ୟ ଜମ୍ବେଶ୍ୱର ସାମନ୍ତରାୟ,ସଭା ରେ ବକ୍ତବ୍ୟ ରଖିଥିଲେ |ଅନ୍ୟ ମାନଙ୍କ ମଧରେ ଜଗନାଥ ଦେଓ, ସ୍ମୃତି ରଞ୍ଜନ ଦାସ ଉପସ୍ଥିତ ଥିଲେ ଜିଲ୍ଲା ର ବିଭିର୍ଣ୍ଣ ବ୍ଲକ ରୁ ଶତାଧିକ ସାଥି ସମିଳନୀ ରେ ଯୋଗ ଦେଇଥିଲେ |ମସ୍ୟଜୀବୀ, ବେକାରୀ, କୃଷି ସଙ୍କଟ, ଜିଲ୍ଲା ର ବିକାଶ ପ୍ରସଙ୍ଗ ରେ ଆଗାମୀ ତିନି ବର୍ଷ ରେ ଗଣ ଆନ୍ଦୋଳନ କରିବାକୁ ପ୍ରସ୍ତାବ ପାରିତ ହୋଇଛି |
Related Stories
November 22, 2024