କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ୟୁଜର୍ଶ ଫି ଆଦାୟ କୁ ବିରୋଧ କରି ଜିଲ୍ଲାପାଳ ଡାକିଥିବା ବୈଠକ ରେ ପୌର ଅଧିକାରୀ ଉପସ୍ଥିତ ଥିଲେ। ପୁଙ୍ଖାନୁ ପୁଙ୍ଖ ଆଲୋଚନ ହେବା ସହ ପୌରସଂସ୍ଥା ଯଦି ଠିକ୍ ରୂପେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରେ ତେବେ ଇଉଜର୍ଷ ଫି ଆଦାୟ ର କିଛି ଆବଶ୍ୟକା ପଡ଼ିବ ନାହିଁ ଆଗକୁ ପୌର ନିର୍ବାଚନ ଥିବାରୁ ଏହାକୁ ସ୍ତଗିତ ରଖିବା ନିମନ୍ତେ ଅନୁରୋଧ କରାଯାଇଥିଲା।
ସମସ୍ତ କଥାକୁ ଶୁଣି ଜିଲ୍ଲାପାଳ ସମୟ ନେଇଛନ୍ତି ସେ ପର୍ଯ୍ୟନ୍ତ ଫି ଆଦାୟ ଅନିର୍ଦ୍ଧିଷ୍ଟ କାଳ ନିମନ୍ତେ ବନ୍ଦ ରହିବ। ଜଦି କୌଣସି କର୍ମଚାରୀ ୟୁଜର୍ଶ ଫି ଆଦାୟ କରନ୍ତି ପ୍ରଶାସନ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବ। ଏହି ବୈଠକ ରେ ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ, ଆବାହକ ସ୍ୱାଧୀନ କୁମାର ପଣ୍ଡା ଯୁବ ଅଧିବକ୍ତା ସଂଘ ସଭାପତି ବିଶ୍ଵଜିତ ପ୍ରଧାନ, ଉତ୍କଳ ବିଦ୍ୱତ ପରିଷଦ ମନୋଜ କୁମାର ରଥ, ଦୃଷ୍ଟି ସଂପାଦକ
ନାରାୟଣ ଦାସ,ସଚେତନ ନାଗରିକ ମଞ୍ଚ ପ୍ରସନ୍ନ ଦାସ, ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ସୂର୍ଯ୍ୟ ନାରାୟଣ ରଥ,
ଉର୍ଜାବାନ ଓଡିଶା ସଭାପତି ସନ୍ତୋଷ ସେନାପତି, ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଅମରେନ୍ଦ୍ର ପାଇକରାୟ, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ସମୀର ସାମନ୍ତରା, ତ୍ରିଲୋଚନ ଦାସ, ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 22, 2024