-
ନିର୍ମାଣ ବନ୍ଦ ନହେଲେ ଲିଗାଲ ନୋଟସ ଜାରି ହେବ -ଆବାହକ, ଯୁବ ଅଧିବକ୍ତା ସଂଘ
କୋଣାର୍କ ଚନ୍ଦ୍ରଭାଗା ଠାରେ ନିର୍ମାଣ ହେଉଥିବା ଦ୍ଵିତୀୟ ସୂର୍ଯ୍ୟ ମନ୍ଦିରକୁ ବିରୋଧ କରିଛି ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘ ଜ଼ିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ଦେବା ସହ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |
ସଂଘ କହିଛି ବିଶ୍ୱରେ ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ କୋଣାର୍କ ଅନ୍ୟତମ |କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ୍ୟ ବ୍ଲାକ ପାଗୋଡା କୁହାଯାଏ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡିଶାର କୋଟି କୋଟି ଜନସାଧାରଣଙ୍କ ଭାବାବେଗ ସହିତ ଜଡିତ|
ତେଣୁ ଉକ୍ତ ଅଞ୍ଚଳରେ ଦ୍ଵିତୀୟ ସୂର୍ଯ୍ୟ ମନ୍ଦିରର କୋଣସି ଆବଶ୍ୟକତା ନାହିଁ | ତେଣୁ ଉକ୍ତ ଅଞ୍ଚଳରେ ନିର୍ମାଣ ହେଉଥିବା ସୂର୍ଯ୍ୟ ମନ୍ଦିରକୁ ବନ୍ଦ କରିବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛି ଯୁବ ଅଧିବକ୍ତା ସଂଘ |
ଜମି ମାଫିଆ ମାନଙ୍କର କୋଣାର୍କର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ କରିବା ଷଡ଼ଯନ୍ତ୍ରକୁ ବିରୋଧ କରୁଛି ଯୁବ ଅଧିବକ୍ତା ସଂଘ |ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଅଦାଲତର ଦ୍ୱାରସ୍ତ ହେବ ସଂଘ |
ନିର୍ମାଣ କରୁଥିବା ସମୃକ୍ତ ସଂସ୍ଥା କାର୍ଯରୁ ନିବୃତ ନରହିଲେ ଉକ୍ତ ସଂସ୍ଥାକୁ ଖୁବ ଜଲଦି ଲିଗାଲ ନୋଟସ ଜାରି କରିବ ବୋଲି ସଂଘର ଆବାହକ ଅନିଲ କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି |
ଉକ୍ତ ବିକ୍ଷୋଭରେ ସଭାପତି ବିଶ୍ୱଜିତ ପ୍ରଧାନ, ଆବାହକ ଅନିଲ କୁମାର ସାହୁ, କର୍ଣ୍ଣବୀର ମହାପାତ୍ର, ସୁରେଶ ମହାପାତ୍ର, ସୂର୍ଯ୍ୟ ନାରାୟଣ ଦାଶ, ଭାଗବତ ପଟ୍ଟନାୟକ, ଅଶୋକ କୁମାର ସ୍ୱାଇଁ, ଦେବାଶିଷ ଦାଶ, ସୁଭାଶିଷ ମହାନ୍ତି ଓ ଶାଶ୍ୱତ ମୋହନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ |