ପବିତ୍ର କାର୍ତ୍ତିକ ମାସ ପଞ୍ଚକ ଚତୁର୍ଦ୍ଦଶୀ ଅବସରରେ ପୁରୀ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅସୋସେସନ୍ ଅଫ୍ ଟୁଇଟର ଆକ୍ଟ୍ଟୀଭିଷ୍ଟି (ଆଟା)ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି ଓ ଆଜି ଠାରୁ ପ୍ରତ୍ୟେକ ଦିନ ଏହି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ ଗତ କିଛି ମାସ ତଳେ ଅନୁଷ୍ଠାନର ସଦସ୍ୟ ଙ୍କ ଟୁଇଟର ଯୋଗେ ଅଭିଯୋଗ ଓ ପୁରୀର ପ୍ରିୟ ଜିଲ୍ଲାପାଳ ମହୋଦୟ ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସହର ରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ଆଲୋକିକରଣର ବ୍ୟବସ୍ଥା ହୋଇପାରିଥିଲା। କିନ୍ତୁ ଦୁଃଖର ବିଷୟ ଏହିକି ଯେ ଜିଲ୍ଲା ପ୍ରଶାସନ କେବଳ ମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ମାଲ୍ୟାର୍ପଣ କରିଥାଏ, ଏବେ ଆଟା ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେକ ଦିନ ମାଲ୍ୟାର୍ପଣ କରି ଅନ୍ୟ ଅନୁଷ୍ଠାନ ପାଇ ଉଦାହରଣ ସୃଷ୍ଟି କରିବା ସହ ପ୍ରଶାସନର ଅବହେଳାକୁ ସାମନାକୁ ଆଣିଛି ଓ ପୁରୀ ସହର ରେ ଥିବା ଅନ୍ୟ ମହାପୁରୁଷଙ୍କୁ ଏହି ଭଳି ସବୁଦିନ ପୂଜ୍ୟପୂଜା କରିବାକୁ ଅନ୍ୟ ସାମାଜିକ ଅନୁଷ୍ଠାନ ମାନକୁ ଆହ୍ବାନ ଦେଇଛି।
ଏହି କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ର ବରିଷ୍ଠ ପ୍ରତିହାରୀ ସେବକ ବସ୍କି ପ୍ରତିହାରୀ, ମୁକ୍ତିନାଥ ପ୍ରତିହାରୀ ଓ ପୁରୀ ର ବରିଷ୍ଠ ନାଗରିକ ସର୍ବେଶ୍ଵର ନାୟକ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶ ସହ କୃଷ୍ଣ ମୋହନ ପ୍ରଧାନ, ସତ୍ୟନାରାୟଣ ସାହୁ, ବିପିନ୍ ମହାନ୍ତି, ସୁଧାଂଶୁ ଜେନା, ଆଦିତ୍ୟ ନାରାୟଣ ବାରିକ୍, ବିସ୍ମୟ ମିଶ୍ର, ଦେବେନ୍ଦ୍ର ସୁବୁଦ୍ଧି, ଶୁଭଶ୍ରୀ ବେହେରା, ସ୍ୱାଗତିକା ବେହେରା ଓ ଦେବରାଜ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
Related Stories
August 24, 2024