କେନ୍ଦୁଝର, କେନ୍ଦୁଝରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବାହନ ଉପରକୁ ଅଣ୍ଡା ମାଡ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ଯୁବମୋର୍ଚା କାର୍ଯ୍ୟକର୍ତାଙ୍କ ପକ୍ଷରୁ ଏହି ଅଣ୍ଡାମାଡ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ମାମଲାରେ କେନ୍ଦୁଝର ବିଜେପି ଯୁବ ମୋର୍ଚା ସଭାପତି ହେମରଂଜନ ବାରିକଙ୍କୁ ପୋଲିସ ଅଟକ ରଖିଥିବା ଜଣା ପଡିଛି ।