ଭୁବନେଶ୍ୱର, ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋନପୁର ଉପଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରମେଶ ପ୍ରସାଦ ନାଗଙ୍କ ବଲାଙ୍ଗୀର ଓ ସୁବର୍ଣପୁର ଜିଲ୍ଲାରେ ୩ଟି ସ୍ଥାନରେ ଚଢାଉ ଚାଲିଛି । ଦୁଇ ଜଣ ଡିଏସପିଙ୍କ ନେତୃତ୍ୱରେ ତିନୋଟି ଟିମ ସ୍ଥାନରେ ଚଢଉ ଜାରି ରଖିଛନ୍ତି । ତାଙ୍କର ବିଭିନ୍ନ ଆକାଉଣ୍ଟ, ଜମିବାଡି ଓ କୋଠାବାଡ଼ିକୁ ନେଇ ଭିଜିଲାନ୍ସ ବିଭାଗ ସଂପତ୍ତିର ଆକଳନ ଜାରି ରଖିଛି ।