ମାଲକାନଗିରି, ସତ୍ୟସାଇ ସେବା ସମିତି ପକ୍ଷରୁ ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତି ସଂଯୋଜକ ଏମ. ଶ୍ରୀନିବାସ ନାୟକ ପରିଚାଳନା କରିଥିଲେ । ସଫେଇ କାର୍ଯ୍ୟ ଆରମ୍ଭ ପୂର୍ବରୁ ସିନିୟର ଡିଭୋଟି ଏମ . ଚିରଞ୍ଜୀବୀଲୁ ସଭ୍ୟଙ୍କ ଗ୍ରହଣରେ ପ୍ରାର୍ଥନା କରି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ଦିନ ହେବ ଅପରିଷ୍କାର ହୋଇ ପଡ଼ି ରହିଥିବା ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳକୁ ସଫା କରାଯାଇଥିଲା ।
ଏହି ସଫେଇ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ସତ୍ୟସାଇ ସେବା ସମିତିର ୨୫ରୁ ଊର୍ଦ୍ଧ୍ବ ସଭ୍ୟ ଅଂଶଗ୍ରହଣ କରିଥିଲେ । ଆଗକୁ ଏଭଳି ସଫେଇ କାର୍ଯ୍ୟକ୍ରମ ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ କରାଯିବ ବୋଲି ସତ୍ୟ ସାଇ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।