-
ଆଜି ଅପରାହ୍ନରୁ ଆସନ୍ତାକାଲି ସଂନ୍ଧ୍ୟା ପର୍ଯ୍ୟନ୍ତ କଟକଣା
-
ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ଓ ପୁଷ୍କରିଣୀରେ ବୋଇତ ଭସାଣକୁ ବାରଣ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ ଠାରୁ ଆସନ୍ତାକାଲି ସଂନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଗୋପାଳପୁର ବେଳାଭୂମିକୁ ଯିବାକୁ ବାରଣ କରାଯାଇଛି । ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ଭସାଣ ଓ ସମୁଦ୍ର ସ୍ନାନ ପାଇଁ ଏଠାରେ ଭିଡ଼ ହେବାର ସମ୍ଭାବନ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶ ଜାରୀ କରାଯାଇଛି । ବିଶେଷ କରି କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ପ୍ରଶାସନ ଏହି ପଦକ୍ଷେପ ନେଇଛି ।
ଏତଦ୍ ବ୍ୟତୀତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ଓ ପୁଷ୍କରିଣୀରେ ମଧ୍ୟ ବୋଇତ ଭସାଣକୁ ବାରଣ କରାଯାଇଛି । କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ପ୍ରଶାସନ ।