ନୂଆଦିଲ୍ଲୀ,ମହାନ୍ ରାଷ୍ଟ୍ରବାଦୀ କ୍ରାନ୍ତୀକାରୀ ବଟୁକେଶ୍ୱର ଦତଙ୍କ ଜୟନ୍ତୀ ଅବସରରେ ବ୍ରିଟିଶ ଶାସନ ବିରୋଧରେ ତାଙ୍କର ସାହସପୂର୍ଣ୍ଣ ସଂଘର୍ଷ ପ୍ରତି ସାଦର ପ୍ରଣାମ ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅନେକ କ୍ରାନ୍ତୀକାରୀ ନିଜ ଯୁବାବସ୍ଥାର ବହୁମୂଲ୍ୟ ସମୟ ଦେଶର ସ୍ୱାଧିନତା ପାଇଁ ସମର୍ପିତ କରିଛନ୍ତି । ସେମାନଙ୍କୁ ପ୍ରତି ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ବୋଲି ଉପରାଷ୍ଟ୍ରପତି ଭବନ ପକ୍ଷରୁ ଜାରୀ ହୋଇଥିବା ଏହି ଟ୍ୱିଟ୍ ରେ ଉଲ୍ଲେଖ କରାଯାଇଛି ।