-
ପରିମଳ ଟିକସ ଆଦାୟ ନିଷ୍ପତିକୁ ପୁରୀ ବାସୀଙ୍କ ବିରୋଧ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସହର ବାସୀଙ୍କ ଠାରୁ ୟୁଜର ଫି ଆଦାୟ ପାଇଁ ପୂରୀ ପୌର ସଂସ୍ଥାର ନିଷ୍ପତିକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ। ୩୦ ଗୋଟି ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆଜି ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏଭଳି ନିଷ୍ପତି ସଂପୂର୍ଣ୍ଣ ବେଆଇନ, ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ଜନବିରୋଧୀ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ନିଷ୍ପତି ପ୍ରତ୍ୟାହାର ଦାବିକରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ପୂରୀ ସହରବାସୀ ପ୍ରତ୍ୟେକ ବର୍ଷ ପୌର ସଂସ୍ଥାକୁ ହୋଲ୍ଡିଂ ଟିକସ ଦେଉ ଥିବାରୁ ପରିମଳ କାର୍ଯ୍ୟ ପାଇଁ ଆଉଥରେ ୟୁଜର ଫି ଦେବାର ଆବଶ୍ୟକତା ନଥିବା ସେମାନେ ଯୁକ୍ତି ବାଢିଛନ୍ତି। ଏହାଛଡ଼ା ପରିମଳ କାର୍ଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ତାଙ୍କ ଅନୁଦାନ ପ୍ରଦାନ କରୁଛନ୍ତି। ଏ ସଂପର୍କରେ ପୌର ଅଧିକାରୀଙ୍କ ସହ ଆଲୋଚନା କରାଯିଵା ସହ ନିଷ୍ପତ୍ତିର ପୁର୍ନବିଚାର କରାଯିବା ସହ ୟୁଜର୍ସ ଫି ଆଦାୟ ଜିଲ୍ଲାପାଳ ଶ୍ରୀବର୍ମା ଙ୍କ ସହ ଆଲୋଚନା ହେବା ପର୍ଯ୍ୟନ୍ତ ସ୍ତଗିତ ରହିବ ପୌରସଂସ୍ଥା ଅଧିକାରି ସରୋଜ କୁମାର ସ୍ବାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କୁ ପୁରୀ ରେ ସାକ୍ଷାତ କରି ଦାବିପତ୍ର ଦେବା ସହ ଇଉଜର୍ଷ ଫି ପ୍ରତ୍ୟାହାର ନିମନ୍ତେ ଅନୁରୋଧ କରାଯିବ ।
ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ, ଆବାହକ ସ୍ବାଧିନ କୁମାର ପଣ୍ଡା, ଉତ୍କଳ ବିଦ୍ୟୁତ୍ ପରିଷଦ ସଭାପତି ମନୋଜ ରଥ, ସଚେତନ ନାଗରିକ ମଂଚ ପ୍ରସନ୍ନ ଦାସ, ସମ୍ପାଦକ ଲାଲେଟେନ୍ଦୁ ମିଶ୍ର, ଜିଲ୍ଲା ଯୁବ
ଅଧିବକ୍ତା ସଂଘ ସଭାପତି ବିଶ୍ୱଜିତ୍ ପ୍ରଧାନ, ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ଅମରେନ୍ଦ୍ର ପାଇକରାୟ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ଶ୍ରୀ ଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ୟ ନାରାୟଣ ରଥ, ଆପଣଙ୍କ ସେବାର ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ଦୃଷ୍ଟି ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ନାରାୟଣ ଦାସ, ଅଭିନନ୍ଦନିକ ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଆବାହକ ସଂଜୟ ପ୍ରଧାନ, ଭକ୍ତ ସାଲବେଗ ସାଂସ୍କୃତିକ ପରିଷଦ ସଭାପତି ଚକ୍ରଧର ମହାପାତ୍ର, ମିଶନ ଓଡ଼ିଶା ସମ୍ପାଦକ ମଧୁସୂଦନ ମିଶ୍ର, ଉର୍ୟବାନ ଓଡ଼ିଶା ସମ୍ପାଦିକା ନିହରିକା ତ୍ରିପାଠୀ, ସିଆଇତିୟୁ ସମ୍ପାଦକ ଜଗନ୍ନାଥ ଦେଓ, ସିପିଆଇ ଏମ ସମ୍ପାଦକ ଶରତ କୁମାର ରାୟଗୁରୁ, ମାଟିର ମଣିଷ ସଭାପତି ପ୍ରଶାନ୍ତ ପ୍ରଧାନ, ଅଧିବକ୍ତା କାଳୀପ୍ରସାଦ ନାୟକ, ଚିନ୍ମୟ ଦାସ ଜୟ ହିନ୍ଦୀ କ୍ଲବ ସମ୍ପାଦକ ଲଗୁନା ଭୋଇ, ଜିଲ୍ଲା କାଠ ଶିଳ୍ପୀ ଉନୀୟନ୍ ସମ୍ପାଦକ ମନୋରଞ୍ଜନ ମହାରଣା, ଶ୍ରୀକ୍ଷେତ୍ର ଅଟୋ ଚାଳକ ୟୁନିଅନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମୁଦୁଲି , ବଦ୍ରି ମିଶ୍ର,ସମୀର ସାମନ୍ତରାୟ, ତ୍ରିଲୋଚନ ଦାସ ସେଥିରେ ଅଂଶ ଗ୍ରହଣ କରିଥିଲେ।