ଭୁବନେଶ୍ୱର, ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଭୁବନେଶ୍ୱରରେ ଆଜି ସକାଳୁ ପରଲୋକ ହୋଇଥିବା ଜଣା ପଡିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଏ ନେଇ ତାଙ୍କର ପରିବାର ବର୍ଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ସେ ଅନେକ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିେଲେ । ତାଙ୍କର ବିୟୋଗରେ ଅନେକ ମାନ୍ୟଗଣ୍ୟ ଲୋକ ମାନେ ଶୋକ ପ୍ରକାଶ କରିଛନ୍ତି ।