କଟକ,ବଡ଼ଓଷା ଉପଲକ୍ଷେ କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତ ସମାଗମ ଉପରେ ରୋକ୍ ଲଗାଇଛି ପ୍ରଶାସନ । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ତେବେ କରୋନା କଟକଣା ଅନୁପାଳନ ପୂର୍ବକ ସେବାୟତ ମାନେ ବାବା ଧବଳେଶ୍ୱରଙ୍କ ବିଭିନ୍ନ ନୀତିକାନ୍ତି ଜାରୀ ରଖିଛନ୍ତି ।
ସେହିପରି ଚଳିତ ବର୍ଷ କଟକରେ ସାମୁହିକ ଭାବେ ଡ଼ଙ୍ଗା ଭସାକୁ ବାରଣ କରାଯାଇଛି । ଏସଆରସି ଗାଇଡ୍ ଲାଇନ୍ ଅନୁସାରେ କୌଣସି ନଦୀ କୂଳରେ ଏକାଠି ହେବା ଉପରେ କଟକଣା ରହିଛି । ଡ଼ଙ୍ଗା ଭସାକୁ ବାରଣ କରାଯାଇଥିବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଆଇନ ଉଳ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।