ଗଞ୍ଜାମ, ବିଭିନ୍ନ ଦାବି ନେଇ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଆଉଟ ସୋର୍ସିଂ କର୍ମଚାରୀଙ୍କ ପକ୍ଷରୁ ବାହ୍ୟଚିକିତ୍ସା ଟିକେଟ୍ କାଉଂଟର ସମ୍ମୁଖରେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ ବିକ୍ଷୋଭ ଓ ଧାରଣା ଦିଆଯାଇଛି । ଦୀର୍ଘ ୧୨ ବର୍ଷ ଧରି ସେମାନେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କର ନାର୍ଯ୍ୟ ଅଧିକାର ପାଇବାରୁ ବଂଚିତ ହୋଇଥିବାରୁ ଏହି ଧାରଣା ଦେଇଛନ୍ତି । ପୂର୍ବରୁ ବହୁବାର ସେମାନେ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଏନେଇ ଦାବିପତ୍ର ଦେଇଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଆବାହକ ପ୍ରତାପ ପ୍ରଧାନ, ସଭାପତି ସି.ଏଚ. ସୁନିଲ ପାତ୍ର ଓ ସମ୍ପାଦକ ଏମ୍. ନିରଞ୍ଜନ ଦାଶଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ହସ୍ପିଟାଲ ଆଉଟ ସୋର୍ସିଂ କର୍ମଚାରୀଙ୍କ ଏହି ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି ।