ଭଦ୍ରକ ,ବଡ଼ଓଷା ପାଇଁ ଭଦ୍ରକ ଆରଡ଼ି ସ୍ଥିତ ଆଖଣ୍ଡଳମଣି ପୀଠରେ ବାବାଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ଭୋର୍ ୫ଟାରେ ମନ୍ଦିର ଦ୍ୱାର ଫିଟା, ଦିନ ୧୦ଟାରେ ପହୁଡ଼ ଖିଆ ଭୋଗ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୧ଟାରେ ନୀତି ଅନ୍ନ ଭୋଗ କରାଯାଇ ମନ୍ଦିର ପହୁଡ଼ ପଡିଥିଲା । ପରେ ଅପରାହ୍ନ ୩ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ବାବାଙ୍କ ବଡ଼ ସିଂହାର ବେଶ ଅନୁଷ୍ଠିତ ହୋଇଥିଲା । କରୋନା କଟକଣାକୁ ଅନୁପାଳନ କରି ସେବାୟତ ପୂଜକ ମାନେ ସମସ୍ତ ନୀତିକାନ୍ତି ଚଳାଇଛନ୍ତି । ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଜାରୀ ହୋଇଛି । ଆଜି ଭୋରରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ବିଶେଷ ତିଥିରେ ଏଠାରେ ଭକ୍ତଙ୍କ ଭିଡ଼ର ସମ୍ଭାବନା ଥିବାରୁ କରୋନା ସଂକ୍ରମଣର ଭୟ ରହିଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।