
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ଥାନୀୟ ସର୍ବୋଦୟ ନଗରଠାରେ ଆଚାର୍ଯ୍ୟ ବିନୋବାଭାବେ ସୃତି ପରିଷଦ, ପୁରୀ ପକ୍ଷରୁ ବିନୋବାଭାବେଙ୍କ ୩୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ବିନୋବାଭାବେ ସ୍ମୃତି
ପରିଷଦର ସଭାପତି ଡଃ ବଳରାମ ଦାଶଙ୍କ ଅଧ୍ୟକ୍ଷତାରେ ସହର ବହୁ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିମାନେ ଅତିଥିଭାବେ ଯୋଗଦେଇ ବିନୋବାଭାବେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେମାନେ ବିନୋବାଭାବେଙ୍କ ସଂପର୍କରେ ଆଲୋଚନା କରିଥିଲେ । ସେମାନେ ପ୍ରକାଶ କରିଥିଲେ ଯେ ବିନୋବାଭାବେଙ୍କ ପ୍ରକୃତ ନାମ ହେଲା ବିନାୟକ ହରିହର ବିନୋବାଭାବେ । ସେ ସର୍ବୋଦୟ କର୍ମୀ ଓ ଗାନ୍ଧୀଙ୍କର ଆଧାୟିକ ଶିଷ୍ୟ ଥିଲେ । ବିନୋବାଭାବେ ସତ୍ୟାଗ୍ରହ ଆନ୍ଦୋଳନର ଗାନ୍ଧିଜୀଙ୍କର ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ ଥଲେ । ଏପ୍ରିଲ ୧୯୫୫ ମସିହାରେ
ସର୍ବୋଦୟନଗରଠାରେ ଏକ ସର୍ବୋଦୟ ମେଳା ଅନୁଷ୍ଠିତ ହୋଇଥିଲା । ସେ ଏହି ସମୟରେ ଏଠାରେ ୧୨ ଦିନ ଅବସ୍ଥାନ କରିଥିଲେ । ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧ ରହିଥିଲେ । ତାଙ୍କର ଲକ୍ଷ ଲକ୍ଷ ଏକର ଜମି ଭୂମିହୀନମାନଙ୍କୁ ଦାନ କରିବା ପାଇଁ ଜମିଦାରମାନଙ୍କ ଭୂମି ପ୍ରଦାନ କରିଥିଲେ । ସର୍ବୋଦୟ ସମତାପୂର୍ଣ୍ଣ ସାମ୍ୟଯୋଗ୍ୟ ସମାଜ ପ୍ରତିଷ୍ଠା ଲକ୍ଷ୍ୟନେଇ ଦୀର୍ଘ ୨୮ବର୍ଷ ଭାରତ ଭ୍ରମଣ କରିଥିଲେ । ୧୯୮୨ ମସିହା
ନଭେମ୍ବର ୧୫ ତାରିଖ ଦିନ ପୂବାହ୍ନ ଘ୯.୩୦ ମିନିଟ୍ ସମୟରେ ୱାର୍ଦ୍ଧା ଜିଲ୍ଲାର ପୌନର ଆଶ୍ରମ ପରିସରରେ ନିଜ ଆତ୍ମ ଶୁଦ୍ଧିକରଣ ପାଇଁ ସେ ଅନିର୍ଦ୍ଦିଷ୍ଟ ଅନଶନରେ ଥିଲେ । ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପୌନର ଆଶ୍ରମରେ ପହଞ୍ଚି ତାଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ ମଧ୍ୟ ଆଚାର୍ଯ୍ୟ ବିନୋବା ତାଙ୍କ ଅନଶନ ଭାଙ୍ଗି ନଥିଲେ । ସେ ଇଛା ମୃତ୍ୟୁ ଗ୍ରହଣ କରିଥିଲେ । ଆଶ୍ରମ ପରିସରରେ ବିନୋବାଭାବେଙ୍କୁ ସମାଧିସ୍ଥ କରାଯାଇଥିଲା । ଏହି ଶ୍ରାଦ୍ଧ ଦିବସରେ ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ଶିକ୍ଷାବିତ୍ ପ୍ରମୋଦା ଦେବୀ,ଗାନ୍ଧୀବାଦୀ ଲେଖକ ଗୌରାଙ୍ଗଚରଣ ପରିଡା, ବରିଷ୍ଠ ଲେଖକ ବଦ୍ରି ମିଶ୍ର, ଅଶୋକ କୁମାର ମହାପାତ୍ର,
ଅଧ୍ୟାପକ ଅଭିମନ୍ୟୁ ଭୂୟାଁ, ଡଃ କାର୍ତ୍ତିକ କୁମାର ଦାସ, କୃଷ୍ଣଚନ୍ଦ୍ର ରଥ, ବରିଷ୍ଠ ଆଇନଜୀବି ପୁଷ୍କର ମହାପାତ୍ର,ଇଂ ଗିରିଜା ଶଙ୍କର ପାଢୀ, ରବି ନାରାୟଣ ପଟ୍ଟନାୟକ, ଶିକ୍ଷାବିତ୍ ବିଜୟଚରଣ ମହାନ୍ତି, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଅନାମ ଚନ୍ଦ୍ର ସାହୁ, ଅଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଅଧ୍ୟାପକ ମୀନକେତନ ପାଟ୍ଟଯୋଶୀ ଓ ଭବାନୀପ୍ରସାଦ ବଳିଆରସିଂ ପ୍ରମୁଖ ଯୋଗଦେଇ ବିନୋବଭାବେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର କିମ୍ବଦନ୍ତୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପରିଶେଷର ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।