
ପୁରୀର ନାମ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରିବା ପାଇଁ ପୁରୀ ଓ ପୁରୀ ଜିଲ୍ଲାର ପ୍ରାୟ 30 ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଏକତ୍ରିତ ହୋଇଛନ୍ତି। ପୁରୀର ନାମକୁ “ପୁରୀ” କରି ରଖିବା ପାଇଁ ବା ସୁରକ୍ଷା ଦେବାପାଇଁ “ପୁରୀ ନାମ କ୍ରିୟାନୁଷ୍ଠାନ କମିଟି” ଗଠନ କରାଯାଇଛି। ପୁରୀର ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅଗାମୀ ଦିନରେ ଗଣତାନ୍ତ୍ରିକ ଆଧାରରେ ବିଭିନ୍ନ ତରିକାର ବିରୋଧ କରିବା ପାଇଁ ବୈଠକରେ ସ୍ଥିର କରାଗଲା। ଏଥିପାଇଁ ଉକ୍ତ କମିଟି ଜନସାଧାରଣଙ୍କ ମତାମତ ନେବାପାଇଁ “ଜନସମ୍ପର୍କ ଯାତ୍ରା ” କରିବାକୁ ସ୍ଥିର କରାଯାଇଛି।
ଏହି ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଯିବ ପାଇଁ ମତ ପ୍ରକାଶ ପାଇଛି। ଜଗନ୍ନାଥ ବିଶ୍ୱର ଦେବତା ଅଟନ୍ତି,ସେ କେବଳ ପୁରୀରେ ସୀମିତ ନୁହନ୍ତି। ତେଣୁ ଜଗନ୍ନାଥଙ୍କୁ ପୁରୀ ସହିତ ଯୋଡି ସର୍ବବ୍ୟାପୀ ଜଗତର ନାଥ ଜଗନ୍ନାଥଙ୍କୁ ସୀମିତ କରିବା ବୈଠକରେ ନିନ୍ଦା କରାଗଲା। ଅଗାମୀ ଦିନରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ବିଭିନ୍ନ ଐତିହାସିକ, ସଂସ୍କୃତବିତ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ସମ୍ପର୍କରେ ବିସଦ ଭାବରେ ଆଲୋଚନା କରିବା ପାଇଁ ଆଜିର ବୈଠକରେ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ,ଆଚାର୍ଯ୍ୟ ରତିକାନ୍ତ ଦାଶ,ସୂଚନା ଅଧିକାର କର୍ମୀ ଚିନ୍ମୟ ଦାଶ, ଶାସ୍ତ୍ରୀୟ ବ୍ରାହ୍ମଣ ସୂର୍ଯ୍ୟ ନାରାୟଣ ରଥ, ଅବସର ପ୍ରାପ୍ତ ସେନା ଅଧିକାରୀ ପବିତ୍ର ମୋହନ ଦଳାଇ,ଯୁବ ଅଧିବକ୍ତା ଅନିଲ କୁମାର ସାହୁ, ବିଶ୍ୱଜିତ ପ୍ରଧାନ, ସମୀର ସାମନ୍ତରାୟ, ବିପିନ ମହାନ୍ତି, ଦେବାଶିଷ ଦାଶ , ଦେବରାଜ ଦାସ , ଆଦିତ୍ୟ ନାରାୟଣ ବାରିକ, ସୁଧାଶୁ ଜେନା, ଦେବୀପ୍ରସାଦ ଦାଶ, ରାକେଶ ମିଶ୍ର, କିନ୍ନର ଦେବକୀ ମା,ପ୍ରତାପ ଈଶ୍ୱର ଶତପଥୀ, ରାଜେଶ ସାହୁ
ପ୍ରମୁଖ ଉପସ୍ଥିତ ଥିଲେ |