କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ସାଧନ କେନ୍ଦ୍ର ସଂଯୋଜକଙ୍କ ମନମୁଖି କାର୍ଯ୍ୟ ତଥା ଚଳିତ ଶିକ୍ଷାବର୍ଷର ଅର୍ଦ୍ଧବାର୍ଷୀକ ପରୀକ୍ଷା ପୂର୍ବଦିନ ନାଚଗୀତର କାର୍ଯ୍ୟକ୍ରମ ଶିଶୁମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ କରାଇବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଗୁରୁତ୍ୱ ଦେଇନାହିଁ । ଅଛି ନା ଶିକ୍ଷା ବିଭାଗର । ଏପରିକି ଜନପ୍ରତିନିଧି ମାନଙ୍କର ଗୁଣାତ୍ମକ ଶିକ୍ଷା ପାଇଁ ଦାୟିତ୍ୱ ବୋଧ ନାହିଁ । ସେମାନେ ଉତ୍ସବକୁ ଅତିଥି ହୋଇ ଆସି ଭାଷଣ ଦେଇ ନିଜକୁ କୃତ୍ୟ କୃତ୍ୟ ମେନେ କରୁଥିବା ଜଣା ପଡିଛି ।
ସୂଚନା ଯୋଗ୍ୟଯେ ,ଆସନ୍ତା ୩୧ ତାରିଖ ଦିନ ଚଳିତ ଶିକ୍ଷାବର୍ଷର ଅର୍ଦ୍ଧବାର୍ଷୀକ ପରୀକ୍ଷା ଅନୁଷ୍ଠିତ ହେବ । ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷା ସମୃଦ୍ଧି ଯୋଜନାରେ ବାର୍ଷୀକ ପରୀକ୍ଷାରେ ପାଶ୍ ଫେଲ୍ ର ବ୍ୟବସ୍ଥା ଥିବାରୁ ଏହି ପରୀକ୍ଷାର ଗୁରୁତ୍ୱ ରହିଛି । ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଫଳକୁ ଆଧାର କରି ବାର୍ଷୀକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରାଇ ଥାଆନ୍ତେ । ମାତ୍ର ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ସାଧନ କେନ୍ଦ୍ର ସଂଯୋଜକ ଏଥି ପ୍ରତି ଭୃକ୍ଷପ ନକରି ମନ ମୁଖି ଭାବେ ପରୀକ୍ଷା ପୂର୍ବ ଦିନ ନାଚଗୀତ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀ ମାନଙ୍କ ମନରୁ ପାଠପଢାର ବାତାବରଣ ଲିଭାଇ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷା ପୂର୍ବଦିନ ପାଠପଢିବା ବଦଳରେ ନାଚଗୀତରେ ମୋହୋଲ ହୋଇ ଘରେ ବିଶ୍ରାମ ନୋବକୁ ଆଦରି ନେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରକୁ ଗତି କରୁଥିବା ଅଭିଯୋଗ ହୋଇଛି । ସେହିପରି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ଏହି ନାଚଗୀତ କାର୍ଯ୍ୟକ୍ରମରେ ମସଗୁଲ୍ ଥିବାରୁ ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ବଂଟନରେ ବାଧା ସୃଷ୍ଟି ହୋଇଛି । ସ୍ଥାନୀୟ ଇଚ୍ଛାପୁର ଉଚ୍ଚବିଦ୍ୟାଳୟରେ ବୁଧବାର ପୂର୍ବାହ୍ନରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବର ଉଦ୍ଘାଟନ ଉତ୍ସବରେ ବିଇଓ ଅର୍ନ୍ତଯ୍ୟାମି ନାୟକ ସଭାପତିତ୍ୱ କରିଥିବା ବେଳେ ବିଆସିସି ଭାଗିରଥି ନନ୍ଦ, ଇଚ୍ଛାପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବରୁ ଉନ୍ନୀତ ପ୍ରତିଯୋଗୀମାନଙ୍କ ମଧ୍ୟରେ କୁଇଜ୍, ତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନାମô୍କ ଲିଖନ, ପ୍ରବନ୍ଧ, ସଂଗୀତ, ନୃତ୍ୟ ଇତ୍ୟାଦି ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥରଲା । ଉଦ୍ଯାପନ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୁଷଣ ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ବକ୍ତା ଓ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ସୁରଭି ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଅର୍ନ୍ତନିହିତ ଜ୍ଞାନ ବିକଶିତ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏଥି ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ରାଧାକାନ୍ତ ମିଶ୍ର, ସିଆର୍ସିସି ବଳଦେବ ପ୍ରସାଦ ଜେନା, ଅନନ୍ତ ପରିଡା, ମହମଦ୍ ଜଲ୍ଲାୁଦ୍ଦିନ, ଗିରିଧାରୀ ସାହୁ, ମନମୋହନ ମିଶ୍ର, ବିଭୁ ପ୍ରସାଦ ନାୟକ ଏବଂ ପ୍ରଦୀପ କୁମାର ଖଟ୍ଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।