-
ଆଗମନ ଏବଂ ପ୍ରସ୍ଥାନ ପାଇଁ ହେବ ଅଲଗା ଅଲଗା ରାସ୍ତା
ଭୋପାଳ/ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସାର୍ବଜନିକ ନିଜସ୍ୱ ଭାଗିଦାରୀ(ପିପିପି)ରେ ପୁନର୍ବିକଶତି ଦେଶର ପ୍ରଥମ ଅତ୍ୟାଧୁନିକ ହବିବଗଞ୍ଜ ରେଲୱେ ଷ୍ଟେସନକୁ ବଦଳିଥିବା ନାମ ସହିତ ରାଷ୍ଟ୍ରକୁ ସମର୍ପିତ କରିବେ । ଦେଶର ପ୍ରଥମ ଅତ୍ୟାଧୁନିକ ରେଲୱେ ଷ୍ଟେସନ ଗୋଡ ରାନୀ କମଲାପତିଙ୍କ ନାମରେ ହେବ ।
ବିଶ୍ୱସ୍ତରୀୟ ମଣ୍ଡଳକୁ ଧ୍ୟାନରେ ରଖି ତିଆରି ହୋଇଥିବା ରାନୀ କମଲାପତି ଷ୍ଟେସନରେ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଉପଲବ୍ଧ ସମସ୍ତ ସୁବିଧା ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଜାତୀୟ ଗୌରବ ଏବଂ ସ୍ୱତନ୍ତ୍ରତା ସେନାନୀ ବିରସା ମୁଣ୍ଡାଙ୍କ ସ୍ମୃତିରେ ଜନଜାତି ଗୌରବ ଦିବସ ପାଳନ ବାବଦରେ ଆଦିବାସୀ ସମ୍ମିଳନୀ ପାଇଁ ଭୋପାଳର ନିଜ ଗସ୍ତ ସମୟରେ ରାନୀ କମଲାପତି ରେଲୱେ ଷ୍ଟେସନର ଶୁଭାରମ୍ଭ କରିବେ ।