ଭୁବନେଶ୍ବର, କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଥିବାରୁ ବିଧାନସଭା ଭିତରକୁ ଆସିବାକୁ ଦିଆ ନ ଯାଉ । ଏ ନେଇ ଶ୍ରୀ ସାଲୁଜା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହେବ। ଯଦି ବାଚସ୍ପତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ବିରୋଧ କରାଯିବ। ସେ ସମୟରେ କଣ ହେବ ସରକାର ଏବଂ ସମଗ୍ର ଓଡ଼ିଶା ଦେଖିବ।ରଣନୀତି କିପରି କରାଯିବ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ବୋଲି ସେ ସୂଚନା ଦେଇଛନ୍ତି ।