ନୂଆଦିଲ୍ଲୀ, ଆଜି ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ତାଙ୍କର ଜନ୍ମଭୂମି ଓ କର୍ମଭୂମି ଝାରଖଣ୍ଡର ସ୍ଥାପନା ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟବାସୀଙ୍କୁ ଜନଜାତୀୟ ଗୌରବ ଦିବସରେ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ, ସୁସ୍ଥ ଓ ସମୃଦ୍ଧମୟ ଭବିଷ୍ୟତ କାମନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଉପରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ଏକ ଟ୍ୱିଟ୍ ଜାରୀ କରାଯାଇଛି ।
ସେହିପରି ଅନ୍ୟ ଏକ ଟ୍ୱିଟ୍ ରେ ଦେଶର ଐତିହାସିକ ପୁରୁଷ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ତାଙ୍କୁ ସାଦର ପ୍ରଣାମ ଜଣାଇଛନ୍ତି । ଏବଂ ତାଙ୍କର ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବା ନେଇ ନିଷ୍ପତି ଅଭିନନ୍ଦନୀୟ ବୋଲି ଉଲ୍ଲେଖ କରିଛନ୍ତି ।