
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜି ପୁରୀର ନାମ ସହ ଶ୍ରୀ ଜଗନ୍ନାଥ ଙ୍କ ନାମ ଯୋଡିବା ପାଇଁ ଅନୁରୋଧ କରାଯାଉଛି ଓଡିଶା ବିଧାନସଭାର ଶହେସତଚାଳିଶି ବିଧାୟକ ଙ୍କୁ। ଏହି ମର୍ମରେ ଆଜି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶହେସତଚାଳିଶି ଟି ଚିଠି ସମସ୍ତ ବିଧାୟକଙ୍କ ନିକଟକୁ ପୋଷ୍ଟାଲ୍ ମାଧ୍ୟମ ରେ ପଠାଯାଇଛି। ଓଡିଆ ଜାତିର ପରିଚୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନାମ ଯୋଡାହେଲେ ଖାଲି ପୁରୀ ବଦଳରେ ଲୋକେ ଶ୍ରୀ ଜଗନ୍ନାଥ ଧାମ୍ ପୁରୀ ବା ଜଗନ୍ନାଥ ପୁରୀ ଯାଉଛୁ ବୋଲି ଉଚାରଣ କରିବା ଫଳରେ ମହାପ୍ରଭୁଙ୍କର ନାମଟି ତୁଣ୍ଡରେ ଧରିବା ଦ୍ୱାରା ବହୁ ପୂଣ୍ୟ ମଧ୍ୟ ଅର୍ଜନ କରିପାରିବେ। ଏଠି ଆମେ ସ୍ପଷ୍ଟ କରିଦେଉଛି ଯେ ଆମ ପୁରୀ ର ନାମ ବଦଳାଯାଉନାହିଁ କି ପରିବର୍ତ୍ତନ କରାଯାଉନାହିଁ ବରଂ ପୁରୀ ସହ ଜଗନ୍ନାଥ ଙ୍କ ନାମଟି କେବଳ ଯୋଡାଯାଉଛି । ଏ ବାବଦରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ମାତ୍ର ଏବେ ଆମ ଓଡିଶା ବିଧାନ ସଭାର ସମସ୍ତ ବିଧାୟକ ଙ୍କୁ ଅବଗତ କରୁଛୁ କି ଦଳ ମତ ନିର୍ବିଶେଷରେ ସମସ୍ତେ ଜଗନ୍ନାଥ ଙ୍କ ପାଇଁ ଏକ ହୋଇ ବିଧାନସଭାରେ ପ୍ରସ୍ତାବ ପାରିତ କରିବାକୁ ବିନମ୍ର ନିବେଦନ କରୁଛୁ । ପୁରୀକୁ ଭଲ ପାଉଥିବା ସମସ୍ତ ଙ୍କୁ ଆମେ ସେନା ପକ୍ଷରୁ ଧନ୍ୟବାଦ ଜଣାଉଛୁ।