-
ପାଞ୍ଚ ମାସ ହେବ ଶମ୍ବୁ ପୂଜାରୀଙ୍କ ପତ୍ତା ମିଳୁନି
କନ୍ଧମାଳ, ସରୁନି ଦାଦନଙ୍କ ଦୁଃଖ ଶିଳ୍ପ ବିହୀନ କନ୍ଧମାଳ ଜ଼ିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ଯାଉଛନ୍ତି ବାହାର ରାଜ୍ୟକୁ । ଆନ୍ଧ୍ର ପ୍ରଦେଶ ଚେନ୍ନାଇ ବେଙ୍ଗୁଲୁର, କେରଳକୁ ଦାଦନ ଖଟିବାକୁ ଯାଇ କାହାର ଶବ ଫେରୁଛି ତ ଆଉ କିଏ ଶାରରୀକ ନିର୍ଯ୍ୟାତନାର ହେଉଛନ୍ତି ଶିକାର । ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି ଏପରିକି ନାବାଳିକା ମହିଳା ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି । ସଚେତନତା ଅଭାବରୁ ହେଉ ଅବା ସରକାରୀ ପ୍ରଶାସନିକ କ୍ଷେତ୍ରରେ ଅବହେଳା ଯୋଗୁଁ ହେଉ ଦଲାଲ୍ ମାନେ ସକ୍ରିୟ ହେଉଛନ୍ତି । ଅଧିକ ରୋଜଗାରର ଆଶା ଦେଖାଇ ପ୍ରଲୋଭିତ କରି ଚାଲାଣ କରାଯାଇ ଅକଥନୀୟ ନିର୍ଯାତନା ଦେଉଥିବାର ଅଭିଯୋଗ ହେଉଛି । ଏହିଭଳି ଏକ ଘଟଣା ସାମନାକୁ ଆସିଛି କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରୁ । ସୋମନାଥ ପୂଜାରୀ ଓରଫ ଶମ୍ବୁ ପୂଜାରୀ ନାମକ ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ଦୀର୍ଘ ପାଞ୍ଚମାସ ହେବ ନିଖୋଜ ଅଛନ୍ତି । ଏନେଇ କୌଣସି ସନ୍ଧାନ ମିଳୁନି ।
ସୂଚନା ଅନୁଯାଇ, ଗତ ତା ୧/୭/୨୦୨୧ ରିଖ ଦିନ ବାଲିଗୁଡାର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ୍ ବିଭିନ୍ନ ପ୍ରଲୋଭନ ଦେଖାଇ ଅଧିକା ରୋଜଗାରର ସ୍ବପ୍ନ ଦେଖାଇ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା ସୋମନାଥ ପୂଜାରୀ ଓରଫ ଶମ୍ବୁ ପୂଜାରୀଙ୍କୁ । ପୁଣି ଦୁଇ ଦିନପରେ ଦଲାଲ୍ ଜଣକ ତୁମ ସ୍ୱାମୀ ଗାଁ କୁ ଫେରୁଥିବା ବେଳେ ଗୁଣ୍ଡୁର ରେଳ ଷ୍ଟେସନରେ ନିଖୋଜ ହୋଇଛି ବୋଲି ସୋମନାଥ ପୂଜାରୀଙ୍କ ସ୍ତ୍ରୀଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଦଲାଲ ସନ୍ତୋଷକୁ ସ୍ୱାମୀଙ୍କୁ ଖୋଜି ଆଣିଦିଅ ବୋଲି କହିଥିଲେ କିନ୍ତୁ ଦଲାଲ ସନ୍ତୋଷ ମଙ୍ଗରାଜ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହେଉଛି। ପରିବାର ଲୋକେ ହତ୍ୟା କରାଯାଇ ଫିଙ୍ଗି ଦେଇଥିବା ନେଇ ମଧ୍ୟ ସନ୍ଦେହ କରୁଛନ୍ତି ଏନେଇ ଶମ୍ବୁ ପୂଜାରୀଙ୍କ ସ୍ତ୍ରୀ ସବିତା ପୂଜାରୀ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତରେ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ନିଖୋଜ ବ୍ୟକ୍ତି ଫୋନ ଧରୁନଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଘଟଣାର ତଦନ୍ତ ଚାଲିଛି ସନ୍ତୋଷ ମଙ୍ଗରାଜକୁ ଡାକି ପଚରା ଉଚରା କରାଯାଇ ଖୁବ ଶୀଘ୍ର ଉଦ୍ଧାର ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ । ଶମ୍ବୁ ପୂଜାରୀ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବାରେ ମୁସକୁଲ ହୋଇ ପଡିଛି ଭୋକ ଉପବାସରେ ପରବାର ଲୋକେ ଶମ୍ବୁଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦାବୀ ହୋଇଛି ।