କନ୍ଧମାଳ,ଅବକାରୀ ବିଭାଗ ହେପାଜତରେ ଥିବା ଗଞ୍ଜେଇ ଚୋରା ଚାଲାଣକାରୀ ଗୁରୁତର ଆହତ ହୋଇଛି । ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତରକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଅଭିଯୁକ୍ତ ହେଲେ ଅମିତ କୁମାର ନାୟକ ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ ଦ୍ବାରା ଆଜି ଫିରିଙ୍ଗିଆ ଅଂଚଳର ଅମିତ କୁମାର ନାୟକ ନାମକ ଜଣେ ଯୁବକ ୫ କିଲୋ ଗଂଜେଇ ଚୋରାଚାଲାଣ କରୁଥିବାବେଳେ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆରେ ତାକୁ ଗିରଫ କରି ପଚରାଉଚରା କରୁଥିଲା । ତାକୁ ରଖାଯାଇଥିବା ଯାଗାରେ ସେ ଘରଲୋକଙ୍କ ସହ କଥା ହେବି କହି ଛାତ ଉପରକୁ ଯାଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ସେଠାରୁ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲା । ଫଳରେ ତାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଏବଂ ସେ ଗୁରୁତର ହୋଇଥିବା ସୂଚନା ମିଳିଛି । ତାକୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଛାତ ଉପରକୁ ଏକୁଟିଆ ଯିବାପାଇଁ କେମିତି ଅନୁମତି ଦିଆଗଲା ଓ ତାକୁ କିଏ ଅନୁମତି ଦେଲା ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।