ଜଟଣୀ – ପୁର୍ବତଟ ରେଳପଥ ଖୋର୍ଦ୍ଧାରୋଡ ମଣ୍ଡଳରେ ଥିବା ଶ୍ରମିକ କଂଗ୍ରେସ ପକ୍ଷରୁ ଶ୍ରମିକ ମାନଙ୍କ ସମସ୍ୟାର ୨୪ ଗୋଟି ଦାବି ନେଇ ବୁଧବାର ଖୋର୍ଦ୍ଧାରୋଡ ମଣ୍ଡଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।
ସୁଚନାନୁସାରେ, ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ମଣ୍ଡଳରେ କାର୍ଯ୍ୟରତ ରେଳ ଶ୍ରମିକମାନଙ୍କ ସମସ୍ୟା ଗୁଡିକୁ ବିଭାଗ ପକ୍ଷରୁ ସମାଧାନ ହେଉନଥିବା ଏବଂ ସେମାନଙ୍କର ବିଭିନ୍ନ ଦାବିକୁ ପୁରଣ କରୁ ନ ଥିବା ଏହି ପରି ଅନେକ ସମସ୍ୟାକୁ ନେଇ ମଣ୍ଡଳ ସ୍ତରୀୟ ବୈଠକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ପୁର୍ବାହ୍ନ ୧୧ଟା ସମୟରେ ଖୋର୍ଦ୍ଧାରୋଡ ଷ୍ଟେସନ ଠାରୁ ଶ୍ରମିକ କଂଗ୍ରେସର ଶତାଧିକ କର୍ମୀ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପ୍ରଶାସନ ବିରୋଧୀ ନାରା ଦେଇ ଏକ ବିରାଟ ପଟୁଆରରେ ହାଟ ବଜାର, ମେଡିକାଲ ଛକ ଓ ଷ୍ଟାଡିୟମ ରୋଡ ଦେଇ ମଣ୍ଡଳ କାର୍ଯ୍ୟାଳୟ ସମୁଖରେ ପହଁଚି ଏକ ସଭାର ଆୟୋଜନ କରିଥିଲେ । ଏଥି ବ୍ୟତିତ ଅତିଥିମାନେ କହିଥିଲେ ଯେ, ଉକ୍ତ ଦାବି ସମୁହ ପୁରଣ ହେବା ପର୍ଯ୍ୟନ୍ତ ସଂଘର୍ଷ ଦାବି ବଳବତର ରହିବ ।
ଆଜିର ଏହି କାର୍ଯ୍ୟକ୍ରମକୁ ଶାଖା ସଂପାଦକ ଶ୍ରୀନିବାସ ରାଓ, ପ୍ରଫୁଲ ବେହେରା, ମନୋରଂଜନ ମହାପାତ୍ର, ସଂଜୟ ଦାସ, ଶାଖା ସଭାପତି ଶରତ କୁମାର ପଣ୍ଡା, ଦିଲୀପ କୁମାର ନାୟକ, ସିଓବି: ଏମ୍ ଜି କେ ରାଓ, ସୁଧୀର ପାଢୀ, ଆଶୁତୋଷ ମହାନ୍ତୀ,ରଜତ ମହାନ୍ତୀ, ମୁସ୍ତାକ ଅଲୀ ଏବଂ ମହିଳା ଶାଖା ପକ୍ଷରୁ ବିଜୟଲକ୍ଷ୍ମୀ ଦାସ, ରୁନୀ ବେହେରା ସୁମିତ୍ରା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।