-
ସରକାରଙ୍କ ଜନମଙ୍ଗଳ ଯୋଜନାର ୨୩୦ ଜଣ ହିତାଧିକାରୀ ଉପକୃତ
କେନ୍ଦୁଝର, ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଅନୁମୋଦନ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କେନ୍ଦୁଝର ସହରସ୍ଥ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଦିନିକିଆ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବାର ସୁଫଳ ସମସ୍ତଙ୍କ ନିକଟରେ ପହଂଚିବା ସହ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନାରେ ଉପକୃତ ୨୩୦ଜଣ ହିତାଧିକାରୀଙ୍କୁ ଆଦେଶ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ବେଣୁଧର ପାତ୍ର ମା’ ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ଆଇନ ସେବାକୁ ସମସ୍ତ ଜନସାଧାରଣଙ୍କ ନିକଟରେ ପହଂଚାଇବା ଓ ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଉପକୃତ କରାଇବା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି କହିଥିଲେ ।
ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ବିଚାରପତି ଡ଼ ଅନୀଲ କୁମାର ଦତ, ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ) ଅରବିନ୍ଦ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ଆନନ୍ଦପୁର ରଞ୍ଜନ କୁମାର ସୂତାର, ଅତିରିକ୍ତ ଜିଲ୍ଲା ଜଜ୍ କେନ୍ଦୁଝର ଶୁଭଶ୍ରୀ ତ୍ରିପାଠୀ, ଦେୱାନୀ ବିଚାରପତି ପରିତୋଶ କୁମାର ସେଠୀ, ରେଜିଷ୍ଟ୍ରାର ଡ଼ଃ. ମମତା ମହାନ୍ତି, ଉପଖଣ୍ଡିୟ ବିଚାରପତି ଶରତ କୁମାର ସାହୁ, ପ୍ରଥମ ଶ୍ରେଣୀ କନିଷ୍ଠ ବିଚାରପତି ଅଶ୍ୱିନୀ କୁମାର ସାହୁ, ସ୍ଥିତପ୍ରଜ୍ଞ ବିଶ୍ୱାଳ ଯୋଗ ଦେଇଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଉପଖଣ୍ଡିୟ ବନ ଅଧିକାରୀ ହରଜୀତ କୌର, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ମୁଦି, ଆପାତକାଳୀନ ଅଧିକାରୀ ସୁରଞ୍ଜିକା ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସଞ୍ଜୁ ଦାସ, ଅତିରିକ୍ତ ଚିକିତ୍ସାଧିକାରୀ ଡ଼ଃ. କିଶୋର ଚନ୍ଦ୍ର ପୃଷ୍ଟି, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ବାରିକ, ସୁରକ୍ଷା ଅଧିକାରୀ ନିହାରିକା ମିଶ୍ର, ସଦର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସ୍ୱର୍ଣ୍ଣଲତା ବେହେରା ଯୋଗଦେଇ ନିଜ ନିଜ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ଉପକୃତ କରାଇବାରେ ସହାୟତା ପ୍ରଦାନ କରିଥିଲେ । ଏମାନଙ୍କ ବ୍ୟତୀତ ଓକିଲ ସଂଘ ସଭାପତି ଆଶିଷ କୁମାର ଚକ୍ରବର୍ତୀ, ସମ୍ପାଦକ ଆଲୋକ କୁମାର ମହାନ୍ତ, ଶିଶୁ ମଙ୍ଗଳ ସମିତିର ସନ୍ଦିପ ପଟ୍ଟନାୟକ, ଗୀତାଞ୍ଜଳୀ ପଟ୍ଟନାୟକ, ପ୍ରାଧିକରଣ ପାନେଲ ଅଧିବକ୍ତା ଜ୍ଞାନରଞ୍ଜନ ଜେନା, ତାରିଣୀ ପ୍ରସାଦ ପୋଥାଳ, ଅନୀଲ ନନ୍ଦ, ସମ୍ବିତ କୁମାର ନାୟକ, ସୁନୀଲ ମହାନ୍ତ, ଅର୍ଚ୍ଚନା ଦାସ, ଇତି ଦାସ, କୁସୁମ ପୃଷ୍ଟି, ଅନନ୍ୟା ଐଶ୍ୱର୍ଯ୍ୟା ଯୋଗଦେଇ ପ୍ରାଧିକରଣ ଦ୍ୱାରା ବିଭିନ୍ନ ପ୍ରଦର୍ଶନୀ ମଣ୍ଡପକୁ ହିତାଧିକାରୀମାନଙ୍କୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।ଏହି ଶିବିରରେ ଜିଲ୍ଲା ରେଡକ୍ରସ ସଂସ୍ଥାର ହିତାଧିକାରୀ କ୍ଷତିପୂରଣ ୧୩ ଜଣ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜୀବିକା ନିର୍ବାହ ଓ ଜଙ୍ଗଲଜମି ପଟ୍ଟା ପ୍ରଦାନ କାରୀଙ୍କୁ ୧୯ ଜଣ, ତହସିଲଦାର ବସୁନ୍ଧରା ଯୋଜନାରୁ-୪ ଜଣ, ଓସ୍କା ସ୍ୱେଚ୍ଛାସେବୀ ସଂଗଠନ କମ୍ପ୍ୟୁଟର ପ୍ରଦାନ-୨ଟିବିଦ୍ୟାଳୟ, ଉପଖଣ୍ଡିୟ ବନ ଅଧିକାରୀ ମୃତ୍ୟୁକାଳୀନ କ୍ଷତିପୂରଣ- ୬ ଜଣ, ଟର୍ଚ୍ଚଲାଇଟ-୧୬ ଜଣ ଓ ଚାରା ବଟଂନ-୨୦୦ ଜଣ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସଦର ମମତା ଯୋଜନାରେ ୪ଜଣ,ଜୁଆଙ୍ଗ ବିକାଶ ସଂସ୍ଥା- ୧୯ ଜଣ,କୃଷିର ବିକାଶ ପାଇଁ, ସଦର ବିଡିଓ ଭତା-୭ଜଣ,୧୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୪୦ଜଣଙ୍କୁ ଜାତୀୟ ଜୀବିକା ନିର୍ବାହ ଯୋଜନା, ପରିବାର ପରାମର୍ଶକେନ୍ଦ୍ର ତଦାଶାର ୨ଗୋଟି ପରିବାରର ମିଳାମିଶାରେ ୧୨ଜଣ, ଜିଲ୍ଲା ଶ୍ରମ ଅଧିକାରୀ ୨ଜଣଙ୍କୁ ମୃତ୍ୟୁକାଳୀନ କ୍ଷତିପୂରଣ ଓ ୬ ଜଣଙ୍କୁ ନିର୍ମାଣ ଶ୍ରମିକ ପଞ୍ଜିକୃତ କାର୍ଡ, ଯୋଗାଣ ବିଭାଗ ତରଫରୁ ୮ଜଣଙ୍କୁ ରେସନ କାର୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଆର୍ଶିବାଦ ଯୋଜନାରେ ୫ ଜଣଙ୍କୁ ଉପକୃତ କରାଯାଇଥିଲା ।ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମେତ ବିଭିନ୍ନ ସଂସ୍ଥା ଓ ବିଭାଗ ଦ୍ୱାରା ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ସମସ୍ତ ବିଚାର ବିଭାଗୀୟ ଅଧିକାରୀ,ପ୍ରଶାସନିକ ଅଧିକାରୀ, ଆଇନଜୀବି, ବିଭାଗୀୟ କର୍ମକର୍ତା, ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା, ଜନସାଧାରଣ ଏହି ଶିବିରରେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣ, ତାଲୁକ ଆଇନ ସେବା କମିଟି ଆନନ୍ଦପୁର, ଚମ୍ପୁଆ, ବଡବିଲ, ହାଟଡିହିର କର୍ମକର୍ତା ସାମିଲ ଥିଲେ । ଜିଲ୍ଲା ପ୍ରାଧିକରଣ କର୍ମୀ ଦେବବ୍ରତ କୁମାର ଦାସ, ପୂଣ୍ୟତୋୟା ସାହୁ, ସ୍ନେହଲତା ବାସ୍କେ, ନବକିଶୋର ଦାସ,ଦୀପ୍ତିରଞ୍ଜନ ଅବର୍ଧା,ବିଶ୍ୱଜିତ ସାହୁ, ଶରତ ଚନ୍ଦ୍ର ଦାସ, ସନ୍ତୋଷ ଭୋଇ, ଶିବ ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଶିବିର ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଥିବା ମତ ପ୍ରକାଶ ପାଇଥିଲା ।