ଧର୍ମଶାଳା – ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଲପଡା ଗ୍ରାମରୁ ଛେଳି ଚୋରୀ କରି ଦେଇଥିବା ସମୟରେ ଜଣେ ଚୋରକୁ ଗ୍ରାମବାସୀ କାବୁ କରିଥିବା ଅନ୍ୟ ୨ ଚୋର ଏକ କାର ଓ ବାଇକରେ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୨.୩୦ ମିନିଟ ସମୟରେ ଏହି ଗ୍ରାମର ଗୁରିଆ ମଲିକଙ୍କ ଗୁହାଳରୁ କେହି ଦୃବୃତ ତାଙ୍କ ୩ଗୋଟି ଛେଳିକୁ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ । ଉକ୍ତ ସମୟରେ ଘର ନିକଟରେ କେହି ଛିଡା ହୋଇଥିବା ଦେଖିବାକୁ ପାଇଥିଲେ । ଗୁରିଆ ତାଙ୍କ ନିକଟକୁ ଯିବା ସମୟରେ ଯୁବକ ଜଣକ ଫେରାର ହୋଇଯାଉଥିବା ସମୟରେ ତାଙ୍କ ପଛରୁ ଦୈଡିଦୈଡି କାବୁ କରିଥିଲେ । ତାଙ୍କୁ କାବୁ କରିବା ସମୟରେ ତାଙ୍କ ଛେଳିକୁ ସେମାନେ ଚୋରୀ କରିନେଇଥିବା ମାନିଯାଇଥିଲେ । ଉକ୍ତ ଛେଳି ଚୋରର ପ୍ରକୃତ ପରିଚୟ ଜଣାପଡି ନଥିବା ବେଳେ ତାଙ୍କ ଘର କୋରାଇ ଅଂଚଳର ବୋଲି ଅନୁମାନ କରାଯାଉଛି । ଉକ୍ତ ଛେଳିକୁ ଏକ କାରରେ ନେଇ ଯାଇଥିବା ବେଳେ ଅନ୍ୟ ଜଣେ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଏହି ଚୋରକୁ ଗ୍ରାମବାସୀ କାବୁ କରିବା ସହିତ ସଦର ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପଂହଚି ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି । ସେମାନେ ଧର୍ମଶାଳା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଏହି ଛେଳି ଚୋରୀ ର୍ୟାକେଟ କାମ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
Related Stories
November 28, 2024
November 28, 2024