ମାଲକାନଗିରି,୧୮ ବର୍ଷ ବା ତା ଠାରୁ ଅଧିକ ବୟସ ହୋଇଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏସ୍.ଭି.ଇ.ଇ.ପି କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ନାମାଙ୍କନପତ୍ର ଦାଖଲ କରିପାରିବେ । ମାଲକାନଗିରି ଉପଜିଲାପାଳ ଅଜୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଉପଜିଲାପାଳଙ୍କ ପ୍ରକୋଷ୍ଠରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଦାୟିତ୍ବରେ ଥିବା ସହକାରୀ ଜିଲାପାଳ ସୁଜିତ ମୋହନ ମଣ୍ଡଳଙ୍କ ସମେତ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଠକରେ ଉପସ୍ଥିତ ଥିଲେ । ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ଛାତ୍ରଛାତ୍ରୀଙ୍କୁ ନିଜର ନାମାଙ୍କନପତ୍ର ଦାଖଲ ପାଇଁ ଆସନ୍ତା ୧୬ ତାରିଖ ଦିନ ସମସ୍ତ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ମାଲକାନଗିରି ଜିଲାର ସମସ୍ତ ବି.ଏଲ୍.ଓ.ରେ ସମସ୍ତ ଭୁଲ୍ ସଂଶୋଧନ ଓ ନୂତନ ଆବେଦନ ଗ୍ରହଣ କରାଯିବ । ୨୧ତାରିଖ ଦିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଜ୍ଞାନରଞ୍ଜନ ସ୍ବାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଜିଲା ଯୁବ ରେଡକ୍ରସ ଆବାହକ ତଥା ସମ୍ପାଦକ ଡଃ. ରଞ୍ଜନ କୁମାର ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ ।