ଗଞ୍ଜାମ,ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମରେ ପବିତ୍ର ଗୋପାଷ୍ଟମୀ ପାଳିତ ହୋଇଯାଇଛି । ବୈଦିକ ରୀତିନୀତି ଅନୁସାରେ ଗୋମାତାଙ୍କୁ ଧୂପ, ଦୀପ, ବୈଦେବ୍ୟ ଦେଇ ଆଳତି କରି ପୂଜନ କରାଯାଇଥିଲା । ଗୋମାତାଙ୍କୁ ପ୍ରସାଦ ରୂପେ ପାଚିଲାଫଳ କଦଳୀ ମିଷ୍ଟାନ୍ନ, ଘାସ ଆଦି ପ୍ରସାଦ ଅର୍ପଣ କରାଯାଇଥିଲା । ପୂଜ୍ୟ ସନ୍ଥଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରୁ ବାଳ ସଂସ୍କାର ବିଦ୍ୟାର୍ଥୀମାନେ ଓ ଯୁବ ସମାଜ ଏହି ଦୈବି କାର୍ଯ୍ୟରେ ସହଯୋଗକାରୀ ଥିଲେ ।
ଏହି ପବିତ୍ର କାର୍ଯ୍ୟକ୍ରମକୁ ଯୁବ ଗୋଷ୍ଠୀ ସର୍ବୋପରି ନବଘନ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ପଣ୍ଡା, କାଳିଆ ଗୌଡ଼, କମ୍ପ ଗୌଡ଼, କିଶୋର ଚନ୍ଦ୍ର ବାରିକ ଏବଂ ଜକର ଗ୍ରାମବାସୀ ଯୋଗ ଦେଇଥିଲେ ।