ଲକ୍ଷେ୍ଣø, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ନିଜ ସଂସଦୀୟ କ୍ଷେତ୍ର ଲକ୍ଷେ୍ଣø ପହଂଚିଛନ୍ତି । ତାଙ୍କ ଆସିବାକୁ ନେଇ ମନ୍ତ୍ରୀ, ବିଧାୟକ ଏବଂ ବରିÂ ପଦାଧିକାରୀମାନେ ଏୟାରପୋର୍ଟରେ ଜୋର୍ଦାର ସ୍ୱାଗତ କରିଛନ୍ତି । ସ୍ୱାଗତ କରିବା ପାଇଁ ଲକ୍ଷେ୍ଣøର ମେୟର ସଯୁକ୍ତା ଭାଟିଆ, ବିଧି ଏବଂ ନ୍ୟାୟ ମନ୍ତ୍ରୀ ବ୍ରଜେଶ ପାଠକ, ଭାଜପା ମହାନଗର ଅଧ୍ୟକ୍ଷ ମୁକେଶ ଶର୍ମା ସହିତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ସିଂହ ଆସନ୍ତା ତିନି ଦିବସୀୟ ଗସ୍ତରେ ରାଜଧାନୀ ପହଂଚିଛନ୍ତି । ଡିଫେନ୍ସ କରିଡୋର ସମ୍ବନ୍ଧିତ ମହତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।