ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଟାଉନ ପୋଲିସ ୧୪ ଜଣ ଠକଙ୍କୁ ଗିରଫ କରିଛି । ଏହି ରାକେଟ୍ ବିଭିନ୍ନ ସ୍ଥାନରେ ଅନେକ ବିଭାଗରେ ଚାକିରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ଲୁଟୁ ଥିଲେ । ଏହି ଠକ ଗୋଷ୍ଠୀ ବିଭିନ୍ନ ସଫ୍ଟଓୟାର, ନେଟୱାର୍କିଂ କାର୍ଯ୍ୟରେ ତାଲିମ୍ ଦେଇ କମ୍ପାନୀ ମାନଙ୍କରେ ଚାକିରୀ ଦିଆଯିବାର ପ୍ରଲୋଭନ ଦେଖାଇ ଗ୍ଲେଜ୍ ଟ୍ରେଡିଂ ଇଣ୍ଡିଅ। ପ୍ରାଇଭେଟ ଲିମିଟେଡ୍ ନାମରେ ପ୍ରାର୍ଥୀ ମାନଙ୍କୁ ତାଲିମ ଦେଉଥିଲେ । ହଷ୍ଟେଲ ବ୍ୟବସ୍ଥା ମଧ୍ୟ କରିଥିଲେ । ଅନେକ ଜିଲ୍ଲାରୁ ଯୁବକ ଯୁବତୀ ମାନେ ଆସୁଥିଲେ, ଏବଂ ନିଯୁକ୍ତି ପାଇଁ ଅନୁଷ୍ଠାନକୁ ୧୫ ହଜାର ଟଙ୍କା ଲେଖାଏଁ ଦେଉଥିଲେ । ଏପରି ୭୦ ଜଣଙ୍କ ଠାରୁ ଟଙ୍କା ଆଦାୟ କରିଥିଲା ଏହି ଠକ ଅନୁଷ୍ଠାନ । ତାଲିମ ପରେ ଚାକିରୀ ନଦେବାରୁ ଅଭିଯୋଗକୁ ଭିତି କରି ଭବାନୀପାଟଣା ଟାଉନ ପୋଲିସ ଚଢ଼ଉ କରିଥିଲା ଓ ଘଟଣାରେ ୧୪ ଜଣଙ୍କୁ ଗିରଫ କରିଥିଲେ । ଗିରଫ ଠକଙ୍କ ମଧ୍ୟରେ ରାଜେଶ କୁମାର ମହାରଣା (୨୬) ଗ୍ରାମ. ଜଗନ୍ନାଥ ପୁର ଭଦ୍ରକ ଜିଲ୍ଲା, ଜଗନ୍ନାଥ ଜେନା (୩୧) ଧାମ ନଗର ଭଦ୍ରକ, ଶାନ୍ତନୁ ବେହେରା (୩୩) ଦୁଲାର ପୁର ଭଦ୍ରକ, ରଂଜିତ କୁମାର ନାୟକ (୩୫) ବାଲିଗୋ ଢେଙ୍କାନାଳ, ଅଜୟ ନାୟକ (୨୩) ମଙ୍ଗଳ ପୁର ଯଇପୁର, ବିଶ୍ୱନାଥ ବରାଳ (୨୮) କରପାଳ କେନ୍ଦୁଝର ଜିଲ୍ଲା, ସୁଦର୍ଶନ ମହାରଣା (୩୭) ଢେଙ୍କାନାଳ ଜିଲ୍ଲା, ଶ୍ରୀକାନ୍ତ ଯତି (୨୮) ଓରାସାହି ଭଦ୍ରକ, ଆଲୋକ ରଥ (୧୮ ବର୍ଷ 5 ମାସ) କେନ୍ଦୁପାଲି ନୟାଗଡ ଜିଲ୍ଲା, ଜୟପାଳ ସିଂ (୨୭) ବାନ୍ଧଡୋଳା ଉମାରିଆ ମଧ୍ୟପ୍ରଦେଶ, ସଞ୍ଜୟ ସିଂ (୪୭) ଆମରି ଜିଲ୍ଲା ଅ।ଜମଗଡ ଉତରପ୍ରଦେଶ, ରାଜ କିଶୋର ସିଂ (୨୩) ସତବନା, ଗଞ୍ଜାମ ଜିଲ୍ଲା, ସୋମ୍ୟକାନ୍ତ ସାହୁ (୨୪) ଭଦ୍ରକ ଜିଲ୍ଲା, ମନୋରଞ୍ଜନ ସାହୁ (୨୭) ତଳସାହି କଟକ ଜିଲ୍ଲାର ଅଟନ୍ତି । ଏମାନଙ୍କୁ ଭବାନୀପାଟଣା ଟାଉନ ପୋଲିସ ଏ ସଂକ୍ରାନ୍ତରେ କେଶ ନମ୍ବର ୪୩୮\୨୧ ରେ ଏକ ମାମଲା ରୁଜ୍ଜୁ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି ।