– ବାପି ସର୍ଖେଲଙ୍କ ନେତୃତ୍ୱରେ ବସିଲା ବୈଠକ
– ଏହା ଦଳର ପୁରୁଣା ରୋଗ : ନିରଂଜନ ପଟ୍ଟନାୟକ
ଭୁବନେଶ୍ୱର – ନିକଟରେ ଅନୁÂିତ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଆଜି ପାନ୍ଥ ନିବାସ ଠାରେ ଅସନ୍ତୁଷ୍ଟ ଗୋÂୀ ଏକାଠି ହୋଇଛନ୍ତି । ଏହି ପରାଜୟ ପାଇଁ ସେମାନେ ନିରଂଜନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବା ଏବଂ ପିସିସି ସଭାପତି ପରିବର୍ତନ ନେଇ ଦାବି କରିବାକୁ ସେମାନେ ନିଷ୍ପତି ନେଇଛନ୍ତି । ନିରଂଜନଙ୍କ ସ୍ଥାନରେ କଟକ ବିଧାୟକ ମହମ୍ମଦ ମୋକିମ୍ ଙ୍କୁ ସଭାପତି କରିବାକୁ ଆପାତଃ ନିଷ୍ପତି ହୋଇଛି । କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ସୂଚନା ମିଳିଛି । ତେବେ ବୈଠକର ନିଷ୍ପତି ସମ୍ପର୍କରେ ବାପି କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପାନ୍ଥ ନିବାସ ବୈଠକ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା କଂଗ୍ରେସର ପୁରୁଣା ରୋଗ । ପୁଣି ଥରେ ସେ ରୋଗ ବାହାରିଛି । ନିର୍ବାଚନ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ମାତ୍ର ତାହା ଗ୍ରହଣ ହେଲା ନାହିଁ । ଉକ୍ତ ବୈଠକରେ ପଦ ପଦବୀ ପାଇନଥିବା ଏବଂ କିଛି ଅସନ୍ତୁଷ୍ଟ କର୍ମୀ ଏକାଠି ହୋଇଛନ୍ତି । ଯାହା କହିବା କଥା ଏଆଇସିସି ନିକଟରେ କୁହନ୍ତୁ । ଏଠି ବୈଠକ କରି ଦଳକୁ ତଳି ତଳାନ୍ତ କରନ୍ତୁ ନାହିଁ । ଯିଏ ସଭାପତି ହେବାକୁ ଚାହୁଁଛନ୍ତି ସେ ଆଗକୁ ଆସନ୍ତୁ , ସେ ସୁପାରିଶ କରିବେ । ସଭାପତି ପଦରେ ରହିବାକୁ ସେ ମଧ୍ୟ ଇଚ୍ଛୁକ ନୁହେଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ରାଉରକେଲା ଜିଲ୍ଲା କଂଗ୍ରେସରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ଦଳୀୟ ସଂଗଠନକୁ ସଜାଡିବା ପାଇଁ ଦଳର ପର୍ଯ୍ୟବେକ୍ଷକ ଯଜେ୍ଞଶ୍ୱର ବାବୁ ଯାଇଥିବା ବେଳେ ଦୁଇ ଗୋÂୀ ମୁହାଁମୁହିଁ ହୋଇଥିଲେ । ଫଳରେ ଆଲୋଚନା ହୋଇପାରିନଥିଲା ।