ସାକ୍ଷୀଗୋପାଳ, ପବିତ୍ର ଅଁଳା ନବମୀ ଅବସରରେ ଆଜି ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ ଶିଳ୍ପୀ କୁନାଲ ନାୟକଙ୍କ ପଥପ୍ରାନ୍ତ ବାଲୁକା କଳା ଦେଖିବାକୁ ମିଳିଛି ସତ୍ୟବାଦୀ ପଚଂସଖା ପଡ଼ିଆ ନିକଟରେ । ୩୦ ବର୍ଷିୟ ଏହି ଯୁବ ପ୍ରତିଭା ବାଲିରେ ପ୍ରସ୍ତୁତ କରିଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତି । ରାଧାକୃଷ୍ଣଙ୍କ ଏହି ଯୁଗଳ ମୂର୍ତି ପ୍ରଣୟ ମୁଦ୍ରାରେ ରହିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ । ଶିଳ୍ପୀ କୁନାଲଙ୍କ ଏହି ବାଲୁକା କଳା ଦେଖିବା ପାଇଁ ବାଟରେ ଯାଉଥିବା ପଥଚାରୀ ମାନେ ମଧ୍ୟ କ୍ଷଣେ ଅଟକି ଯାଉଛନ୍ତି । ମନ ପୁରାଇ ଦେଖୁଛନ୍ତି । ଆଜି ଅଁଳାନବମୀରେ ପ୍ରଶାସନର ୧୪୪ ଧାରା କଟକଣା ପାଇଁ ମନ୍ଦିର ଯାଇନପାରିଲେ ବି ଆମେ ଏଠାରେ ପ୍ରଭୁଙ୍କୁ ଦର୍ଶନ କରିପାରୁଛୁ ବୋଲି ଅତ୍ୟନ୍ତ ଭାବ ବିହ୍ୱଳ ସହକାରେ କହିଛନ୍ତି କେତେକ ଭକ୍ତ ।
ଅନ୍ୟପକ୍ଷରେ ଶିଳ୍ପୀ କୁନାଲ କହିଛନ୍ତି ଯେ, ସେ ଏହି ବାଲୁକା କଳା ପ୍ରସ୍ତୁତ ପାଇଁ ୨ ଟନ୍ ବାଲିର ବ୍ୟବହାର କରିଛନ୍ତି । ତାଙ୍କ ଘର ସତ୍ୟବାଦୀ ବ୍ଲକ୍ କାଦୁଆ ପଚାଂୟତ ଅନ୍ତର୍ଗତ ବରାଳ ଗ୍ରାମରେ ।