
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହାନ କନ୍ନଡ ମହିଳା ଯୋଦ୍ଧା ଓନାକେ ଓବାଭାଙ୍କୁ ତାଙ୍କ ଜୟନ୍ତୀର ବିଶେଷ ଅବସରରେ ନମନ କରିଛନ୍ତି । ନାରୀ ଶକ୍ତିର ପ୍ରତୀକ ଭାବେ ଓନାକେ ଓବାଭା ଆମକୁ ପ୍ରେରିତ କରନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜୟନ୍ତୀର ବିଶେଷ ଅବସରରେ ବୀରାଙ୍ଗନା ଓନାକେ ଓବାଭାଙ୍କୁ ନମନ କରୁଛି । ଯେଉଁ ବୀରତ୍ୱର ସହ ସେ ନିଜ ଲୋକ ଓ ସଂସ୍କୃତିର ସୁରକ୍ଷା ପାଇଁ ଲଢେଇ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ । ନାରୀ ଶକ୍ତିର ପ୍ରତୀକ ଭାବେ ସେ ଆମକୁ ପ୍ରେରିତ କରନ୍ତି ।”