
କନ୍ଧମାଳ, କନ୍ଧମାଳରେ ୧୦ ହାଇ ସ୍କୁଲ ରୁପାନ୍ତର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଥମ ପର୍ଯ୍ୟାୟରେ ୫ଟି ଅନ୍ତଭୁକ୍ତ ରୂପାନ୍ତରଣକାର୍ଯ୍ୟକ୍ରମରେକନ୍ଧମାଳ ଜିଲ୍ଲାରେ ୧୦ଗୋଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେଉଦଘାଟନ କରିଛନ୍ତି।
ଶିକ୍ଷା ର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି।
ଆଦିବାସୀ ଅଧ୍ୟୁଷିତ କନ୍ଧମାଳଜ଼ିଲ୍ଲା ରସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିଛନ୍ତି।
ଫୁଲ ବାଣୀ ଗାର୍ଲସ୍ ହାଇସ୍କୁଲ ପରିସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେଗୁରୁବାର ଅପରାହ୍ନ ୫ଟା ସମୟରେ ଭର୍ଚୁଆଲ ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଏ ସବୁ ଦଶ ଟି ଯାକ ହାଇସ୍କୂଲ କୁ ଉଦଘାଟନ କରିଥିଲେ। ସେଗୁଡିକ ହେଲା ଫୁଲବାଣୀ ସହରର ଏଜେ ଓ ହାଇସ୍କୁଲ, ସରକାରି ବାଳିକା ହାଇ ସ୍କୁଲ, ଖଜୁରୀପଡ଼ା ବ୍ଲକର ଦୁତିପଡା ହାଇ ସ୍କୁଲ, ବାଲିଗୁଡ଼ା ବାଳିକା ହାଇସ୍କୁଲ, ଦାରିଙ୍ଗବାଡି ବ୍ଲକ୍ର ସିମନବାଡି ଓ ବୁଡ଼ା ଗୁଡ଼ା ହାଇସ୍କୁଲ, ରାଇକିଆର ବିଜୟହାଇସ୍କୁଲ,ଜିଉଦୟଗିରିବାଳିକା ହାଇସ୍କୁଲ,ତୁମୁଡିବନ୍ଧ ହାଇସ୍କୁଲ,ଓଫିରିଙ୍ଗିଆ ବ୍ଲକର ନେଡ଼ି ପଦର ହାଇ ସ୍କୁଲ ଅନ୍ତଭୁକ୍ତ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ଜ଼ିଲ୍ଲାପାଳ ଡ଼. ଵୃନ୍ଦା ଡି, ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ବିଶ୍ୱରଂଜନ ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଙ୍କ ସମେତ ବହୁ ପ୍ରାସା ସନିକ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବାଳିକା ହାଇ ସ୍କୁଲଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟ ପରିବେଷଣ କରିଥିଲେ ।ସୂଚନା ଯୋଗ୍ୟ ଯେ, ମୋ ସ୍କୁଲ ଅଭିଯାନ ରେ ସମସ୍ତ ସୁବିଧାସୁଯୋଗ ଥାଇ ମଡେଲ ସ୍କୁଲ ଭାବରେ ଏ ସବୁ ଵ୍ୟଵସ୍ଥା ଥାଇ ଵିଦ୍ୟାଲୟ ରେ ଶୈଖିକ ଵ୍ୟଵସ୍ଥା ର ଉନ୍ନତି କରାଯାଇଛି ।
ସ୍ମାର୍ଟ କ୍ଲାସ ରୁମ ରେ ପାଠ ପଢା କୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ଛାତ୍ର ଛାତ୍ରୀ।
ଶିକ୍ଷା ର ମାନ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ଅନୁଦାନଯୋଗେଇ ଦେଇଥିଲେ।
ସରକାରୀ ସ୍କୁଲ ଗୁଡିକ ରେ ଏଭଳି ଆଧୁନିକୀ କରଣ କୁନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି ବହୁ ଅଭିଭାବକ।