ପଟ୍ଟାମୁଣ୍ଡାଇ ,ରାଜନଗର ବ୍ଲକ ଅନ୍ତର୍ଗତ ମହିଁଷାସୁର ପଞ୍ଚାୟତ ର ମଙ୍ଗରାଜପୁର ଗ୍ରାମରେ ଗୋଷ୍ଠାଷ୍ଟମୀ ଅବସରରେ ଗୋ ପୂଜନ ଅନୁଷ୍ଠିତ ହୋଇଛି।ଗ୍ରାମର ଶ୍ରଦ୍ଧାଳୁ ମାନେ ସକାଳୁ ଗୋମାତା ମାନଙ୍କୁ ଆଣି ଗାଧୋଇ ଦେଇ ହଳଦୀ, ଚନ୍ଦନ ଓ ସିନ୍ଦୁର ଲଗାଇ ପୂଜାର୍ଚ୍ଚନା କରିଥିଲେ। ଗାଁର ମହିଳା ମାନେ ଧୂପଦୀପ ଦେଇ ବନ୍ଦାପନା କରିବା ସହିତ ପିଠା ଓ ପାରମ୍ପରିକ ଖାଦ୍ୟ ଖୁଆଇ ଆଶୀର୍ବାଦ କାମନା କରିଥିଲେ।ଏହି ଉତ୍ସବକୁ ସଞ୍ଜୟ କୁମାର ଦାସ, ଶ୍ରୀକାନ୍ତ ରାଉତ, ଦେବାଶିଷ ରାଉତ, ବିକାଶ କୁମାର ରାଉତ, ସୁଶାନ୍ତ କୁମାର ରାଉତ, ଶୋଭାଶିସ୍ ରାଉତ, ସନ୍ଦୀପ ରାଉତ, ସୁଭ୍ରକାନ୍ତ ଶତପଥୀ ପରିଚାଳନା କରିଥିଲେ। ବର୍ତ୍ତମାନ ପରିସ୍ଥିତି ରେ ଗୋ ପାଳନରେ ଲୋକଙ୍କ ଆଗ୍ରହ କମିଯିବା କାରଣରୁ ଗୋ-ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଛନ୍ତି। ଗ୍ରାମବାସୀଙ୍କର ଏଭଳି ପରମ୍ପରା ରକ୍ଷା ଅନ୍ୟ ମାନଙ୍କୁ ଗୋ ବଂଶ ସୁରକ୍ଷା ପାଇଁ ପ୍ରେରଣା ଦେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।